ଆମ୍ରି ହସ୍ପିଟାଲ ତରଫରୁ “ସୁସ୍ଥ ବ୍ରହ୍ମପୁର” ପଦଯାତ୍ରା ୮୦୦ ରୁ ଅଧିକ ଲୋକ ପଦଯାତ୍ରା ରେ ଯୋଗ ଦେଲେ

0
158

 

ଭୁବନେଶ୍ଵର/ବ୍ରହ୍ମପୁର,୨୮/୦୨/୨୦୨୧:
ଆମ୍ରି ହସ୍ପିଟାଲସ ଭୁବନେଶ୍ଵର ଦ୍ଵାରା ଏକ “ସୁସ୍ଥ ବ୍ରହ୍ମପୁର” କାର୍ଯ୍ୟକ୍ରମ ଗତ ଦୁଇଦିନ ଧରି ଚାଲୁରହିଥିଲା I ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମାଜିକ ଅନୁଷ୍ଠାନ, କ୍ଲବ, ଶିକ୍ଷାନୁଷ୍ଠାନରେ ମସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇଥିଲା I ଏହି “ସୁସ୍ଥ ବ୍ରହ୍ମପୁର” କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲସ ତରଫରୁ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା, ଯେଉଁଥରେ ୮୦୦ ରୁ ଅଧିକ ବ୍ରହ୍ମପୁର ବାସୀ ଯୋଗ ଦେଇ ସ୍ଥାନୀୟ କାମାପଲ୍ଲୀ ଛକ ରୁ ଟାଉନ ହଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସ୍ଲୋଗାନ ଦେଇଥିଲେ I
ସାରା ବିଶ୍ଵ ବର୍ତ୍ତମାନ କୋଭିଡ ମହାମାରୀ ଦେଇ ଗତି କରୁଛି I ଏକ ସମୟରେ ବ୍ରହ୍ମପୁର ରୁ ଅନେକ କୋଭିଡ ପଜିଟିଭି ସଂକ୍ରମଣ ବାହାରୁଥିଲେ, ତଥାପି ବ୍ରହ୍ମପୁର ଜିଲ୍ଲା ସରକାର ତଥା ବାସିନ୍ଦା ମାନେ ଏକଜୁଟ ହୋଇ ଏହି ପରିସ୍ଥିତି ର ମୁକାବିଲା କରି ଏବେ ଆପାତତଃ ସାଧାରଣ ଅବସ୍ଥା କୁ ଫେରୁଛନ୍ତି I ଏହି ପରିପ୍ରେକ୍ଷୀ ରେ ଆମ୍ରି ହସ୍ପିଟାଲସ ନିଜର ସାମାଜିକ ପ୍ରତିବଦ୍ଧତାରେ ବ୍ରହ୍ମପୁର ସହରରେ ଦୁଇ ଦିନ ବ୍ୟାପି “ସୁସ୍ଥ ବ୍ରହ୍ମପୁର” କାର୍ଯ୍ୟକ୍ରମ ଆପଣେଇଥିଲା I ଏହି କାର୍ଯ୍ୟକ୍ରମ ଅଧୀନରେ ଅନେକ ଜାଗାରେ ସ୍ଵାସ୍ଥ୍ୟଶିବିର, ଡକ୍ଟର CME , ଏବଂ ଏକ ସ୍ଵାସ୍ଥ୍ୟ ପଦଯାତ୍ରା ର ଆୟୋଜନ କରାଯାଇଥିଲା I ବ୍ରହ୍ମପୁର ସହରବାସୀ ସ୍ଵାସ୍ଥ୍ୟ ପ୍ରତି ସଚେତନ ରହିବା ପାଇଁ ଏହି ପଦଯାତ୍ରା ର ଆୟୋଜନ କରାଯଇଥିଲା I ଏଥିରେ ବ୍ରହ୍ମପୁର ର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯଥା ବ୍ରହ୍ମପୁର ସବୁଜ ବାହିନୀ, କ୍ଲିନ ସିଟି ବ୍ରହ୍ମପୁର, ରବୀନହୁଡ଼ ଆର୍ମି, ବକ୍ସଇଙ୍ଗ ଓଡିଶା ର ସ୍ଵେଚ୍ଛାସେବୀ ମାନେ ବହୁଳ ମାତ୍ରାରେ ଯୋଗଦାନ କରି ସ୍ଵାସ୍ଥ୍ୟ ସଚେତନତା ର ବାର୍ତ୍ତା ଦେଇଥିଲେ I ଏହି କାର୍ଯ୍ୟକ୍ରମରେ, ବ୍ରହ୍ମପୁର ସବୁଜ ବାହିନୀ ର କାର୍ଯ୍ୟକର୍ତା ମାନେ ବୃକ୍ଷ ଚାରା ମାନ ପ୍ରଦାନ କରିଥିଲେ

ଆମ୍ରି ହସ୍ପିଟାଲସ ର ବରିଷ୍ଠ ଡାକ୍ତରମାନେ ଯଥା ଡାକ୍ତର ଅମିତ ଯୈସ୍ୱଳ (ନିଉରୋ ସର୍ଜନ), ଡାକ୍ତର ଲିଙ୍ଗରାଜ ନାଥ (ହୃଦ ରୋଗ ବିଶେଷଜ୍ଞ), ଡାକ୍ତର ମାନସ ରଞ୍ଜନ ପ୍ରଧାନ ( କିଡ଼ନୀ ରୋଗ ବିଶେଷଜ୍ଞ) ଏହି ପଦଯାତ୍ରା ରେ ଯୋଗଦେଇ ଟାଉନ ହଲ ଠାରେ ଜନତା ଙ୍କୁ ସ୍ଵାସ୍ଥ୍ୟ ସଚେତନତା ଉପରେ ସମ୍ବୋଧନ କରିଥିଲେ I ପ୍ରଫେସର ଡାକ୍ତର ଉମାଶଙ୍କର ମିଶ୍ର, ଏମକେସିଜି ମେଡିକାଲ କଲେଜ, ଟାଉନ ହଲ ଠାରେ ବ୍ରହ୍ମପୁର ବାସୀ ଙ୍କୁ ଦୈନନ୍ଦିନ ଜୀବନରେ ବ୍ୟାୟାମ ତଥା ଆମ୍ରି ହସ୍ପିଟାଲସ ର ଏହି ଅଭିନବ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଥିଲେ I
” ବ୍ରହ୍ମପୁର ସହର ସହିତ, ଆମ୍ରି ହସ୍ପିଟାଲସ ର ବହୁତ ପୁରୁଣା ସମ୍ପର୍କ ରହିଛି I ବହୁ ବର୍ଷ ଧରି ଆମ୍ରି ହସ୍ପିଟାଲସ ର ପ୍ରମୁଖ ଡାକ୍ତର ମାନେ ବ୍ରହ୍ମପୁର ରେ ବିଭିନ୍ନ ସ୍ପେସିଆଲିଟି କ୍ଲିନିକ ପାଇଁ ଆସୁଛନ୍ତି ଏବଂ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ରୁ ବହୁ ଜଟିଳ ରୋଗୀ ଆମ୍ରି ହସପିଟାଲ ରେ ସୁସ୍ଥ ହେଉଛନ୍ତି । ଏହି ସୁସ୍ଥତା ସମ୍ପର୍କକୁ ଆଉ ଆଗକୁ ନେବା ପାଇଁ ଆମ୍ରି ହସପିଟାଲ ର ପ୍ରୟାସ ଜାରି ରହିବ”, ବୋଲି ଆମ୍ରି ହସ୍ପିଟାଲସ ଭୁବନେଶ୍ଵର ର ୟୁନିଟ ମୁଖ୍ଯ ଶ୍ରୀମତୀ ନିଲଞ୍ଜନା ମୁଖାର୍ଜୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here