ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଦ୍ରୁତଗାମୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଓ ସାଧାରଣ ଭଡ଼ା ଲାଗୁ କରାଯାଇ ଅନ୍ୟ ଦୁଇ ମେମୋ ଟ୍ରେନ୍ ଯଥାଶୀଘ୍ର ପୂର୍ବଭଳି ଚଳାଚଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ସ୍ମାରକ ପତ୍ର ପ୍ରଦାନ।

0
183

ବ୍ରହ୍ମପୁର,୨୮/୦୨/୨୦୨୧: ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ମହାମାରୀ ସଂକ୍ରମଣ ପ୍ରାୟତଃ ପ୍ରଶମିତ ହେବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରେଳ ବିଭାଗ କେତେକ ଟ୍ରେନ୍ ଚଳାଚଳ କରିଛନ୍ତି ଏଥିରେ ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ କୁ ଦ୍ରୁତଗାମୀ ରୂପେ ଚଳାଚଳ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବାରୁ ସାଧାରଣ ଜନତା ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ତେଣୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭା ଅବସରରେ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଦ୍ରୁତଗାମୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସାଧାରଣ ଭଡ଼ା ଲାଗୁ କରିବା ସହ ପୂର୍ବରୁ ଚଳାଚଳ କରୁଥିବା ପଲାସା ପାରାଦୀପ ମେମୋ ଟ୍ରେନ୍ ଓ ବ୍ରହ୍ମପୁର କଟକ ଫାଷ୍ଟ ପାସେଞ୍ଜର ମେମୋ ଟ୍ରେନ୍ର ରେ ସାଧାରଣ ଭଡ଼ା ଲାଗୁ କରାଯାଇ ତୁରନ୍ତ ଚଳାଚଳ କରାଯାଉ ଏବଂ ବ୍ରହ୍ମପୁର ପୁରୀ ନୂତନ ମେମୋ ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଏକ ସ୍ମାରକ ପତ୍ର ଖୋର୍ଦ୍ଧା ରୋଡ଼ ଡିଭିଜନ ଆଞ୍ଚଳିକ ମହାପ୍ରବନ୍ଧକ ଙ୍କୁ ବ୍ରହ୍ମପୁର ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ଜରିଆରେ ପ୍ରଦାନ କରାଯାଇଛି।ଏହି ଦାବିକୁ ତ୍ବରାନ୍ବିତ କରିବାପାଇଁ ମହାମହିମ ରାଜ୍ୟପାଳ ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ରେଳମନ୍ତ୍ରୀ ନୂଆଦିଲ୍ଲୀ ଙ୍କ ସମେତ ବ୍ରହ୍ମପୁର,ଆସ୍କା ଓ ଫୁଲବାଣୀ ଲୋକସଭା ସାଂସଦ ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ବିଧାୟକ ରାଜସ୍ବ କମିଶନର ବ୍ରହ୍ମପୁର ,ଜିଲ୍ଲାପାଳ ଗଞ୍ଜାମ ଗଜପତି ଙ୍କୁ ସ୍ମାରକ ପତ୍ର ର ନକଲ ପ୍ରେରଣ କରାଯାଇଛି।ଅନୁଷ୍ଠାନ ର ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ପରାମର୍ଶ କ୍ରମେ କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ ଏବଂ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ନେତୃତ୍ବରେ ଉପସଭାପତି ଶିଶିର କୁମାର ଦାସ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ସଂଗଠନ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ଙ୍କ ସମେତ ବରିଷ୍ଠ ସଦସ୍ୟ ହାଡିବନ୍ଧୁ ମାଳି, ଡାକ୍ତର ପ୍ରାଣଚାନ୍ଦ ପଣ୍ଡା, ଗୋପାଳ କୃଷ୍ଣ ପାଢ଼ୀ, ବିଚିତ୍ରାନନ୍ଦ ବେବର୍ତ୍ତା, ବିଜୟ କୁମାର ସାହୁ, ରାମକୃଷ୍ଣ ଆଚାରୀ,ଲଡୁକେଶ ମିଶ୍ର , ଚଣ୍ଡୀ ତ୍ରିଦେବ ପ୍ରସନ୍ନ କୁମାର ଦାସ, ଦିଲେଷୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଷ୍ଟେସନ ପ୍ରବନ୍ଧକ ଶ୍ରୀ ବ୍ରହ୍ମା ଦାବି ପୂରଣ କରିବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here