ଆସନ୍ତା ଏକ ସପ୍ତାହ ଭିତରେ ସହରରେ ମଶା ନିବାରଣ ନ କରିଲେ ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କ ବାସଭବନ ସମୁଖରେ ରାତ୍ର ୧୧ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦେବାକୁ ଆଇନଜୀବୀ ଙ୍କ ଚେତାବନୀ

0
313

 

ବ୍ରହ୍ମପୁର, ୦୨/୦୩/୨୦୨୧: ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ଦାୟିତ୍ୱ ବ୍ରହ୍ମପୁର ମହାନଗର ନିଗମର କିନ୍ତୁ ବିଏମସି ଅଧିକାରୀଙ୍କ ଅପାରଗତା ଯୋଗୁଁ ସହରରେ ମଶା ନିୟନ୍ତ୍ରଣ ଏବଂ ମଶାନାଶ ଯୋଜନା ବାଟବଣା ହୋଇଯାଇଛି l ଫଳରେ ମଶା ବଂଶ ବୃଦ୍ଧି ପାଉଛି l ସବୁଆଡେ ଭଣଭଣ ମଶା l ସହରବାସୀ ହନ୍ତସନ୍ତ ହୋଇପଡୁଥିବା ବେଳେ ବିଏମସି ନିରବ ରହିଛି l
ସହରରେ ସମସ୍ତ ପ୍ରକାର କର ଆଦାୟ କରିବାରେ ବିଏମସି ଆଗୁଆ ରହୁଥିବା ବେଳେ ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ହୋଇଛି lଏଣୁ ଏହାର ପ୍ରତିବାଦ କରି ଆସନ୍ତା ଏକ ସପ୍ତାହ ଭିତରେ ସହରରେ ମଶା ନିବାରଣ ନ କରିଲେ ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କ ବାସଭବନ ସମୁଖରେ ରାତ୍ର ୧୧ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଭାବରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଆଇନଜୀବୀ ତଥା ବିଜେପି ଉପସଭାପତି ମନୋଜ ପଟ୍ଟନାୟକ କହିଛନ୍ତି l

LEAVE A REPLY

Please enter your comment!
Please enter your name here