ଦିବ୍ୟଜୀବନ ସଂଘ ର ଆଧ୍ଯାତ୍ମିକ ସମାବେଶ

0
295

ବ୍ରହ୍ମପୁର, ୦୨/୦୩/୨୦୨୧: ଗତକାଲି ରୋହିଗାଁ ଗ୍ରାମ ରେ ଦିବ୍ୟଜୀବନ ସଂଘ ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ସ୍ବାମୀ ରାମଦାସ ନନ୍ଦ ସରସ୍ୱତୀ ଙ୍କ ଆହ୍ବାନ କ୍ରମେ ବ୍ରହ୍ମପୁର, ଗୋକର୍ଣ୍ଣପୁର, ଟିକରପଡା, କୁକୁଡାଖଣ୍ଡି, ହିଞ୍ଜଳି, ଅଲାରିଗଡ, ନିସ୍ତିପୁର, ବଡିଆାଓସ୍ତା, ଦୟାନିଧିପୁର ଶାସନ, ପାଣ୍ଡିଆଝୋଲ, ପଦ୍ମତୋଳା ଓ ଗୌତମୀ ର ଭକ୍ତମାନେ ବିଶ୍ବ କଲ୍ୟାଣ ଓ କରୋନା ଯୋଦ୍ଧା ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶ୍ରୀଗୁରୁ ପାଦ ପୂଜା, ମନ୍ତ୍ର ପାଠ, ଭଜନ କୀର୍ତ୍ତନ ଓ ପ୍ରବଚନ କରାଯାଇ ଜନସଚେତନତା କରାଯାଇଥିଲା। ପ୍ରକାଶ ଚନ୍ଦ୍ର ରଥ, ବ୍ରଜକିଶୋର ଭାଇ, ବାବୁ ପ୍ରଧାନ ଓ ବିଦ୍ୟାନନ୍ଦ ସରସ୍ୱତୀ ଯୁବସମାଜ ଉତ୍ତମ ଚରିତ୍ର ଗଠନ ରେ ଆଧ୍ଯାତ୍ମିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥିଲେ। ମନୋଜ, ସୀତାରାମ, ସନାତନ ଭକ୍ତି ସଂଗୀତ ଗାନ କରିଥିଲେ। ନିରଞ୍ଜନ ଓ ଅମର ସାଜସଜ୍ଜା ଦାୟିତ୍ୱ ନେଇଥିବା ବେଳେ ସମସ୍ତ ପାଇଁ ଅନ୍ନପ୍ରସାଦ ଦାୟିତ୍ୱ ତୁଲାଇଥିଲେ। ସଂଘ ଶାଖାର ସଂପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ବାଗତ ସଂପର୍କୀତ ଭାଷଣ ଦେଇଥିବା ବେଳେ ସଭାପତି ସ୍ବାମୀ ରାମଦାସ ନନ୍ଦ ଗ୍ରାମବାସୀ ଙ୍କ ଏହି ଅଭିନବ କୈଶଳ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଯୁବନେତା ଓ ସଂଘ ର ଉପଦେଷ୍ଟା ଇଶ୍ବର ଚନ୍ଦ୍ର ପ୍ରଧାନ ଓ ଉମାଶଙ୍କର ଜେନା କାର୍ଯ୍ୟକ୍ରମ କୁ ସଫଳ କରିଥିବା ରୁ ସହଯୋଗୀ ମାନଙ୍କୁ ଧନ୍ଯବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here