କଙ୍କୋରଡ଼ାରେ ମାଗଣା ପରଳ ଓ ଗ୍ଲୁକୋମା ପରୀକ୍ଷା ଶିବିର ଅନୁଷ୍ଟିତ ।

0
348

ବ୍ରହ୍ମପୁର,୦୨/୦୩/୨୦୨୧: ଆଜି କଙ୍କୋରଡ଼ା ସ୍ଥିତ ରାଧା ପାଣିଗ୍ରାହୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶ୍ରୀ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ମାଗଣା ପରଳ ଓ ଗ୍ଲୁକୋମା ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମରଝୋଳ ସ୍ଥିତ ଶ୍ରୀ ଶଙ୍କର ଚକ୍ଷୁ ଚିକିତ୍ସା କେନ୍ଦ୍ର ସହ ଫୋଲଟ୍ରନ୍ ଇଣ୍ଡିଆ ଗ୍ରୁପ୍ ଓ ସାଇଟ୍ ସେଭରେସ ଇଣ୍ଡିଆ ମିଳିତ ସହାୟତାରେ ଆୟୋଜିତ ଏହି ଶିବିରକୁ ଆୟୋଜକ ତଥା ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ଶ୍ରୀ ପ୍ରତାପ ପ୍ରଧାନ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଟିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ମୋଟ ୫୨ ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୫ ଜଣଙ୍କ ଠାରେ ଗ୍ଲୁୁକୋମା ନିରୂପଣ କରାଯାଇଥିଲା । ୧୭ ଜଣଙ୍କୁ ପରଳ ଚିକିତ୍ସା ପାଇଁ ଶଙ୍କର ଚିକିତ୍ସାଳୟକୁ ପଠାଯିବା ସହିତ ମୋଟ ୦୯ ଜଣଙ୍କୁ ମାଗଣା ଡାକ୍ତରୀ ଚଷମା ପ୍ରଦାନ କରାଯାଇଥିଲା ।

କ୍ୟାମ୍ପ ମାନେଜର ଶ୍ରୀ ନଳିନୀ କାନ୍ତ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚକ୍ଷୁ ଚିକିତ୍ସକ ଆଶିଷ କୁମାର ସାହୁ , ସୁଶ୍ରୀ ଅଲିଭା ପଟ୍ଟନାୟକ , ଇପିଲି ସକିଲି ପ୍ରମୁଖ ଶିବିର ପରିଚାଳନା କରିବା ସହିତ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here