ମାଣିତରା ପାଞ୍ଚାୟତ ନଗୁଡୁରେ ଡମ୍ପଂୟାର୍ଡ ପ୍ରସ୍ତାବ ବନ୍ଦ କର ।

0
265

ବୁଗୁଡା, ୦୩/୦୩/୨୦୨୧: ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ନଗୁଡୁ ଗ୍ରାମରେ ପ୍ରସ୍ତାବିତ ଡମ୍ପୟାର୍ଡ ନିର୍ମାଣ ବନ୍ଦ କରିବାକୁ ୪୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ମାଣିତରା ପାଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ ଓ ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ ମିଳିତ ଭାବେ ଦାବି କରିଛନ୍ତି। ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ଗ୍ରାମର ଗ୍ରାମ ସନ୍ଧି ଠାକୁରାଣୀ ମା’ ପିତେଇଶୁଣି ସ୍ଥାନକୁ ଲାଗି ଏବଂ ପ୍ରତ୍ୟକ୍ଷ ଦେବୀ ମା’ବାଗଦେବୀ ପୀଠ ଓ ଇନ୍ଦିରା ଆବାସ ଯୋଜନାରେ ନିର୍ମାଣ ସାହିଠାରୁ ମାତ୍ର ୧୦୦ ମିଟର ଦୂରରେ, ବିରଞ୍ଚିପୁର-ମାଣିତରା ମୁଖ୍ୟ ରାସ୍ତା କଡରେ ପ୍ରସ୍ତାବିତ ଡମ୍ପଂୟାର୍ଡ ନିର୍ମାଣ କରିବାକୁ ଭୁବନେଶ୍ୱରରୁ ଆସିଥିବା ଟିମ୍, ତହସିଲ ଅଫିସ କର୍ମଚାରୀ ଓ ବୁଗୁଡା ଏନଏସି କର୍ମଚାରୀ ବୃନ୍ଦ ଆସି ଦେଖି ସ୍ଥାନ ଚିହ୍ନଟ କରି ଫେରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ପଲ୍ଲୀ ସଭା କିମ୍ବା ଗ୍ରାମ ସଭା ଅନୁଷ୍ଠିତ ହୋଇନଥିବା ବେଳେ କିପରି ସ୍ଥାନ ଚିହ୍ନଟ କଲେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ନଗୁଡୁ ଗ୍ରାମ ସନ୍ଧି ଠାକୁରାଣୀ ପିଠକୁ ଲାଗି ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ନଗୁଡୁର ପ୍ରସିଦ୍ଧ ମା’ବାଗଦେବୀ ପୀଠର ମାତ୍ର ୧୦୦ ମିଟରରୁ କମ ଦୂରରେ ଏହା ନିର୍ମାଣ କରିବାକୁ ସ୍ଥିର କରିଥିବା ବେଳେ ପ୍ରତି ମାସରେ ମାନସିକ ଧାରୀମାନେ ପୂଜାର୍ଚ୍ଚନା କରି ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରନ୍ତି। ସାହି ବସ୍ତି ଠାରୁ ଏହି ସ୍ଥାନ ୧୦୦ ମିଟରରୁ କମ ଅଟେ। ମୁଖ୍ୟ ରାସ୍ତାଠାରୁ ଅତି କମରେ ୫୦୦ ମିଟର ଦୂରରେ ଏହି ପ୍ରକାର ବାୟୁମଣ୍ଡଳ ପ୍ରଦୂଷଣ କରୁଥିବା ପ୍ରକଳ୍ପ ନିର୍ମାଣ ପାଇଁ ନିର୍ଦ୍ଦେଶ ଥିବା ବେଳେ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡରେ ଏହା ନିର୍ମାଣ ପାଇଁ କିପରି ସ୍ଥାନ ନିରୂପଣ କରାଯାଇଛି ? ଯେଉଁ ବିରଞ୍ଚିପୁର-ମାଣିତରା-ଜିରାବାଡି ପୂର୍ତ୍ତବିଭାଗ ବିଭାଗ ରାସ୍ତା କଡରେ ଏହା ନିର୍ମାଣ ହେଉଛି ସେହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ମାଣିତରା କଲେଜ ଓ ବୁଗୁଡା କଲେଜକୁ ପଢିବାକୁ ଯାଉଥିବା ସହ ବହୁ ଯାତ୍ରୀ ଯାନବାହନ ଦ୍ୱରା ଏହି ରାସ୍ତାଦେଇ ଯାତାୟାତ କରୁଅଛି। ଏହିସବୁ କାରଣ ସ୍ଵତ୍ତ୍ବେ କାହାସ୍ୱାର୍ଥରେ ପାଇଖାନାର ମଳ କାଞ୍ଚମାଲ ଭାବେ ବ୍ୟବହାର ହେଉଥିବା ଏହି ବାୟୁମଣ୍ଡଳ ପ୍ରଦୂଷଣ କରୁଥିବା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ତପ୍ତରତା ପ୍ରକାଶ କରୁଛନ୍ତି ? ଏହି ପ୍ରକଳ୍ପ ଅନ୍ୟତ୍ର ପରିବର୍ତ୍ତନ କରିବା ପାଇଁ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଖଦାଳ ଖଟେଇ, ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ମୌଖିକ ଭାବେ ପ୍ରତିବାଦ କରିଥିଲେ। ଏଥିସହ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ ଲିଖିତ ଭାବେ ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁବୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କୁ ପ୍ରସ୍ତାବିତ ଡମ୍ପଂୟାର୍ଡ ପ୍ରକଳ୍ପ ବନ୍ଦ କରିବାକୁ ଜଣାଇଛନ୍ତି। ସେହିପରି ସରପଞ୍ଚ ଶାନ୍ତିଲତା ନାୟକ ପ୍ରକାଶ କରିଛନ୍ତି ଯେ ଖୁବ ଶୀଘ୍ର ମାଣିତରା ପାଞ୍ଚାୟତର ଏକ ଜରୁରୀ ବୈଠକ ଡକାଯାଇ ଏହି ପ୍ରକଳ୍ପକୁ ବିରୋଧ କରି ପ୍ରସ୍ତାବ ପାଳିତ ହେବ। ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ ଆସନ୍ତା ସମିତି ବୈଠକରେ ଏହି ବେଆଇନ ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ପ୍ରକାଶ କରିଛନ୍ତି। ଏହା ସ୍ୱତ୍ତେ ପ୍ରଶାସନ ଯଦି ପ୍ରକଳ୍ପ ନିର୍ମାଣ କରିବାକୁ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ଯେଉଁ ଜନଆନ୍ଦୋଳନ ହୋଇ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ତିନି ମହିଳା ଲୋକପ୍ରତିନିଧି ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here