ଚିକିଟିରେ କଂଗ୍ରେସର ପଂଚାୟତରାଜ ଦିବସ ପାଳନ ।

0
209

ବ୍ରହ୍ମପୁର,୦୫/୦୩/୨୦୨୧:ଚିକିଟି ବ୍ଲକ୍ କଂଗ୍ରେସ ପକ୍ଷରୁ ଆଜି ପଂଚାୟତରାଜ ଦିବସ ଅବସରରେ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ସୌଜନ୍ୟରୁ ଏକ ପାଳନ ଦିବସ ଅନୁଷ୍ଟିତ ହୋଇଯାଇଅଛି । ବ୍ଲକ କଂଗ୍ରେସ ସଭାପତି ଶ୍ରୀ କ୍ଷମାସାଗର ମହାରଣାଙ୍କ ଆହ୍ଵାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ଗଞାମ ଓ ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ବିସ୍ମୟ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ଚିକିଟି ବିଧାୟକ ପାର୍ଥି ଶ୍ରୀ ସୁବାଷ ଚନ୍ଦ୍ର ରାଉତ , ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଉମାକାନ୍ତ ପାଣିଗ୍ରାହୀ , ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ବ୍ଲକ ସଙ୍ଗଠକ ପି , ତିରୁପତି ରେଡ୍ଡୀ , ଚିକିଟୀ ଜୋନ୍ ସଂଯୋଜକ ବାଇରୀ ସେଠୀ , ନୂଆପଡା ଜୋନ୍ ସଂଯୋଜକ ଲକ୍ଷ୍ମଣ ଦାସ ପ୍ରମୁଖ ଯୋଗ ଦେଇ ଦିବସର ଆଭିମୁଖ୍ୟ ଏବଂ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସ୍ୱପ୍ନକୁ ସାର୍ଥକ ରୂପ ଦେବା ପାଇଁ ସାଧାରଣ ଜନତାଙ୍କ ସର୍ବାନିମ୍ନ ଆବଶ୍ୟକତା ପୂରଣକୁ ଗୁରୁତ୍ୱାରୋପ କରିଥିଲେ । କଂଗ୍ରେସ ଭଳି ଧାମ ନିରପେକ୍ଷ ଦଳର କର୍ମୀ ହିସାବରେ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖି ଦଳକୁ ଆଗକୁ ବଢ଼ାଇବାକୁ ଅନୁ ପ୍ରେରଣା ଯୋଗାଇବାକୁ କମୀ ସମୂହରେ ଆହ୍ୱାନ କରାଯାଇଥିଲା ।
ବୈଠକରେ ବୁଲୁ ବେହେରା , ପ୍ରଭାକର ସାହୁ , ପଦ୍ମ ସେଠୀ , ସୁଧାଂଶୁ ସାହୁ , ରାମ ବେହେରା , ଯୁବ କଂଗ୍ରେସ ଉପସଭାପତି ସଂଗ୍ରାମ ରାଉତ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ରାଜ ସଂଗଠନ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କଂଗ୍ରେସକୁ କିପରି ତୃଣମୂଳ ସ୍ତରରୁ ଦୃଢ଼ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଚିକିଟି ବ୍ଲକ ସଭାପତିଙ୍କ ନେତୃତ୍ବରେ ସମସ୍ତ କର୍ମୀ ଓ କାର୍ଯ୍ୟକର୍ତ୍ତା ଆସନ୍ତା ଦିନରେ ମିଳିତ ଭାବରେ ଦଳକୁ ଆଗକୁ ବଢ଼ିବାରେ ଯଥାସାଧ୍ୟ ଉଦ୍ୟମ ଜାରି ରଖିବାକୁ ସହମତି ପ୍ରକାଶ କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।।

LEAVE A REPLY

Please enter your comment!
Please enter your name here