ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ଓ ଅଶୋକ ନଗର ଯୁବକ ସଙ୍ଘ ପକ୍ଷରୁ ମିଳିତ ଭାବେ ମେଗା ରକ୍ତଦାନ ଶିବିର,ରେର୍କଡ ସଂଖ୍ଯକ ୭୦୦ ୟୁନିଟ ରକ୍ତ ସଂଗ୍ରହ

0
305

ବ୍ରହ୍ମପୁର, ୦୫/୦୩/୨୦୨୧(ହିମାଶୁଂ ଶେଖର ସାବତ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ଓ ଅଶୋକ ନଗର ଯୁବକ ସଙ୍ଘ ପକ୍ଷରୁ ମିଳିତ ଭାବେ ଏକ ମେଗା ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ଏହି ଅବସରରେ ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜିଲ୍ଲା ବିଜେଡି ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ। ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଉଥିବା ବେଳେ ଏହାକୁ ଦୂର କରିବା ଲକ୍ଷ୍ୟରେ ଏହି ଶିବିର ଅୟୋଜିତ ହୋଇଥିଲା। ଶିବିରରେ ସର୍ବାଧିକ ୭୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବହୁ ସ୍ବେଛାସେବୀ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏହି ଅବସରରେ ପୂର୍ବତନ କର୍ପରେଟର ସୁରେନ୍ଦ୍ର ମହାରଣା, ଏ. ସନ୍ତୋଷ କୁମାର ପାତ୍ର,ଆର. ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ସଂଘମିତ୍ରା ଦଳେଇ, ବିଜୟ ସାମଲ,ସୁବାଷ ମହାରଣା, କ୍ରିଷ୍ଣା ରେଡ୍ଡୀ, ପ୍ରମୋଦ ମହାରଣାଙ୍କ ସମେତ ବହୁ ବିଜେଡି କର୍ମୀ ଓ ସଙ୍ଘ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here