ଶେରଗଡ ରେ ପଂଚାୟତ ଦିବସ ପାଳିତ

0
363

ଶେରଗଡ,୦୬/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) କିମ୍ବଦନ୍ତୀ ପୁରୁଷ ବିଜୁବାବୁ ଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଶେରଗଡଠାରେ ବିଜୁପ୍ରେମୀ ଙ୍କ ପକ୍ଷରୁ ପାଳିତ ହୋଇଯାଇଛି।ଏଥିରେ ବିଜେଡି ନେତୃବୃନ୍ଦ ତଥା ଶରତ ପାତ୍ର,ସନ୍ତୋଷ କୁମାର ପଟ୍ଟନାୟକ, ବାବୁଲା ଚୌଧୁରୀ,ହୃଷୀକେଶ ପାଢୀ,ହୀନ ବେହରା,ସମୀର ପ୍ରଧାନ,ଦୁର୍ଗା ବିଷୋୟୀ,ଦେବୀ ପ୍ରସାଦ ଦାଶ,ବରୁଣ ପୋଲାଇ,ସରୋଜ ପାତ୍ର ଙ୍କ ସମେତ ବହୁ ଦଳୀୟକର୍ମୀ ଏକତ୍ରହୋଇ ଶେରଗଡ ଚାରିଛକସ୍ଥିତ ବିଜୁବାବୁ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଆୟୋଜିତ ସାଧାରଣ ସଭାରେ ବିଜୁବାବୁ ଙ୍କ ଦେଶପ୍ରେମ,ତ୍ଯାଗପୂତ,ଓ ସାହସିକତା ସଂପର୍କରେ ଆଲୋକପାତ କରି ଉଦବୋଧନ ଦେଇଥିଲେ ।ଶେରଗଡ ବ୍ଲକ କାର୍ଯ୍ୟାଳୟ ଠାରେ ମଧ୍ୟ ପଂଚାୟତ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଧ୍ୟକ୍ଷତା ସାରସ ସ୍ୱାଇଁ କରିଥିବା ବେଳେ ବିଡିଓ ସୁରଞ୍ଜନ ସାହୁ ଙ୍କ ସମେତ ବ୍ଳକ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପଂଚାୟତ ଦିବସ ପାଳନ ଗୁରୁତ୍ୱ ଉପରେ ଆଲୋକପାତ କରି ବିଜୁବାବୁ ଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here