ସୁଣ୍ଢିପଲ୍ଲୀରେ ଏକବିଂଶ ଭାଗବତ ମିଳନ ସମାବେଶ ଅନୁଷ୍ଠିତ ।

0
229

ବ୍ରହ୍ମପୁର,୦୫/୦୩/୨୦୨୧: ସାନଖେମୁଣ୍ଡି ବ୍ଲକ୍ ସୁଣ୍ଢିପଲ୍ଲୀ ସ୍ଥିତ ଗାଦି ମହାପ୍ରଭୁଙ୍କ ପୀଠରେ ଇତିମଧ୍ୟରେ ଏକୋଇଶ ଭାଗବତ ମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ଅଞ୍ଚଳ ଅନ୍ତର୍ଗତ ଏକୋଇଶ ଗ୍ରାମ ଭାଗବତ ଆଶ୍ରମ ଗାଦି ମହାପ୍ରଭୁଙ୍କ ଆଧ୍ୟାତ୍ମିକ ମିଳନ କାର୍ଯ୍ୟକ୍ରମ ଅଞ୍ଚଳ ପରିବେଶକୁ ଭଗବତ ସ୍ରୋତରେ ବାନ୍ଧି ରଖିବା ସହ ପାରସ୍ପରିକ ଆଧ୍ୟାତ୍ମିକ ସମ୍ପର୍କଭାବ ସୃଷ୍ଟି ହୋଇଥିଲା । ଭାଗବତ ପ୍ରେମୀଙ୍କ ଆଗମନ ଓ ବିଶିଷ୍ଟ ସାଧୁ ଅବଧୂତ ଶ୍ରୀ ରାଧାଶ୍ୟାମ ଦାସ ବାବା , ବାବା ଶ୍ରୀ ଅଯୋଧ୍ୟା ଦାସ ମହାରାଜ , ବାବା ଶ୍ରୀ ବିଭୀଷଣ ଦାସ ମହାରାଜ , ବାବା ଶ୍ରୀ ଅଚ୍ୟୁତ ଦାସ ମହାରାଜ ,ବାବା ଶ୍ରୀ ବଦ୍ରିନାଥ ଦାସ ମହାରାଜ , ବାବା ଶ୍ରୀ ଗଣେଶ ଦାସ ମହାରାଜ , କାଶୀନାଥ ଦାସ ବାବା , ରବି ଦାସ ବାବା ପ୍ରମୁଖଙ୍କ ଭଗବତ ପ୍ରବଚନ , ପୀଠ ସଂସ୍କାର ସହିତ ଘୃତ , ଅନ୍ନ , ଜ୍ଞାନ ଯଜ୍ଞର ଆୟୋଜନ ଅଞ୍ଚଳକୁ ଆଧ୍ୟାତ୍ମିକ ଉତ୍ସବ ମୟ କରିଥିଲା ।

ନିମନ୍ତିତ ବିଶିଷ୍ଟ ଅତିଥିଙ୍କ ଉତ୍ସବ ଦର୍ଶନ ସହ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର , ଜୟରାମ ଦୋରାଙ୍କ ସହିତ ମୁକୁନ୍ଦ ଚନ୍ଦ୍ର ବରାଡ ଓ ଏସ ବାବୁଲା ଦୋରା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ସମାଜସେବୀ ଗୌତମ ପ୍ରଧାନଙ୍କ ନେତୃତ୍ୱରେ ଭାଗବତ ଅଧିକାରୀ ଶ୍ୟାମସୁନ୍ଦର ଦୋରା , ସୁରେନ୍ଦ୍ର ସ୍ବାଇଁ , ରଘୁନାଥ ଦୋରା , ପ୍ରତାପ ଦୋରା , ଶଙ୍କର ପ୍ରଧାନଙ୍କ ସହ ସୁଣ୍ଢିପଲି ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here