ତିନି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
98

ବୁଗୁଡା,୧୬/୦୪/୨୦୨୧: ବୁଗୁଡା ବ୍ଲକର ତିନିଗୋଟି ବିଦ୍ୟାଳୟ ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କତକଲା ପ୍ରାଥମିକ ବିଦ୍ୟାଳୟ ଓ ତାଳସାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୬ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭ୍ରମର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ବାବୁଲି ବେହେରା, ସିଆରସିସି ମାନସ ରଞ୍ଜନ ସେଠୀ ଓ ସମାଜସେବୀ ଦିଲ୍ଲୀପ ପ୍ରଧାନ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷୟିତ୍ରୀ ମଞ୍ଜୁଲତା ନାୟକ, ସନ୍ଧ୍ୟାରାଣୀ ନାୟକ,ଓ ମିନାକ୍ଷୀ ସ୍ଵାଇଁ ଏବଂ ଶିକ୍ଷକ ଦିଲ୍ଲୀପ କୁମାର ବେହେରା,ଓ ତପନ କୁମାର ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି କତକଲା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ଗୁରୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ସାହୁ,ଓ ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟ ନାରାୟଣ ବିଷୋୟୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱାତୀ ଦଳବେହେରା ସ୍ୱାଗତ ଭାଷଣ, ରଞ୍ଜୁଲତା ପାତ୍ର ଧନ୍ୟବାଦ ପ୍ରଦାନ ଓ ମିନତୀ କୁମାରୀ ଦାଶ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟତମ ବିଦ୍ୟାଳୟ ତାଳସାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା,ମୁଖ୍ୟ ବକ୍ତା ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ପ୍ରଭାତ କୁମାର ଜେନା, ସିଆରସିସି ପ୍ରତାପ କୁମାର ଖଡଙ୍ଗା, ବାୟା ସେଠୀ ଓ ମାନସ ରଞ୍ଜନ ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ମେଳା ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here