ବାଲ୍ୟବିବାହ ରୋକିବା ନିମନ୍ତେ ଶପଥ ପାଠ ।

0
140

ପୋଲସରା,୧୬/୦୪/୨୦୨୧: ଗଞ୍ଜାମ ଜିଲ୍ଲାର କେତୋଟି ପଞ୍ଚାୟତରେ ବାଲ୍ୟବିବାହ ହେଉଥିବା ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ପୋଲସରା ଏନ୍ଏସି ଅନ୍ତର୍ଗତ ଲୁଣିଘାଟି କେଉଟ ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ଶୁକ୍ରବାର ଦିନ ପୋଲସରା ସିଡିପିଓ କୁନ୍ତଳା କୁମାରୀ ନାୟକଙ୍କ ତତ୍ବାବଧାନରେ ପୋଲସରା ଅଞ୍ଚଳରେ ବାଲ୍ୟବିବାହ ସଂପୂର୍ଣ୍ଣ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ମହିଳାମାନଙ୍କ ଉପସ୍ଥିତରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଅଙ୍ଗନବାଡ଼ି କର୍ମୀମାନେ ସଚେତନତା ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ବାଲ୍ୟବିବାହ ନକରାଇବା ପାଇଁ ବୁଝାଇଥିଲେ। ପୁଅର ବୟସ ୨୧ ବର୍ଷରୁ କମ୍ ଓ ଝିଅର ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ତାହା ବାଲ୍ୟବିବାହ ଭାବେ ଗ୍ରହଣ କରାଯିବ। ସଚେତନ ନାଗରିକ ଭାବେ, ଯଦି କୌଣସି ଠାରେ ବାଲ୍ୟବିବାହ ହେଉଥିବା ଜାଣିବାକୁ ପାଇଲେ , ତେବେ ତୁରନ୍ତ ଉକ୍ତ ବାଲ୍ୟବିବାହକୁ ରୋକିବା ପାଇଁ ପୋଲିସ ଅଧିକାରୀ କିମ୍ବା ନିକଟସ୍ଥ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାଇବା ପାଇଁ ଦାୟିତ୍ୱ ବହନ କରିବେ। ବାଲ୍ୟବିବାହ କରୁଥିବା ଉଭୟ ପରିବାର ଯେତିକି ଦାୟୀ ରହିବେ ବାଲ୍ୟବିବାହରେ ପୁରୋହିତ ମଧ୍ୟ ସମାନ ଦାୟୀ ରହି ଜେଲଦଣ୍ଡ ଭୋଗ କରିବେ। ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ସୁପରଭାଇଜର୍ ରୁନୁ ଦାସ ,ଅଙ୍ଗନବାଡ଼ି କର୍ମୀ କାନନବାଳା ତ୍ରିପାଠୀ, ପୁଷ୍ପାଞ୍ଜଳି ପରିଛା , ବୁଲି ବେହେରା , ପ୍ରତିମା ସେଠୀ ,ସନ୍ଧ୍ୟା ରାଣୀ ସାହୁ ସମେତ ବହୁ ସଂଖ୍ୟକ ମହିଳା ଓ କନ୍ୟା ରତ୍ନ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here