ମହାନଳାରେ ୱାର୍ଡ ସ୍ତରୀୟ ବାଲ୍ୟବିବାହ ମୁକ୍ତ ସାମୁହିକ ଶପଥ ପାଠ ଅନୁଷ୍ଠିତ ।

0
123

ବ୍ରହ୍ମପୁର,୧୬/୦୪/୨୦୨୧ : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଧେଶମତେ ନିର୍ଭୟକଢ଼ି ପରିଯୋଜନା ଅନ୍ତର୍ଗତରେ ସାରା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରାଇବା ନେଇ ଯୋଜନା ପ୍ରସ୍ତୁତି ହୋଇଅଛି । ଏହି କ୍ରମରେ ଚଳିତ ଅପ୍ରେଲ ୯ ତାରିଖରୁ ଏକ ସପ୍ତାହବ୍ୟାପୀ ଚାଲିଥିବା ବାଲ୍ୟ ବିବାହ ଶପଥ ପାଠ କାର୍ଯ୍ୟକ୍ରମ ଭିତ୍ତିରେ ୱାର୍ଡ ସ୍ତରରୁ ସଚେତନତା କାର୍ଯ୍ୟକ୍ରମ କରାଇବା ପାଇଁ ଆଇ ସି ଡି ଏସ ପ୍ରକଳ୍ପ ଅଧିକାରୀଙ୍କୁ ଦାୟିତ୍ବ ଅର୍ପଣ କରାଯାଇଅଛି । ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅଞ୍ଚଳ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ଗ୍ରାମ କୂଳ ସମାଜ ମୁଖିଆ , ବ୍ରାହ୍ମଣ ପୁରୋହିତଙ୍କୁ ନେଇ ଗ୍ରାମ ମହିଳା ମଣ୍ଡଳୀ , କିଶୋରୀ ବାଳିକା ଓ ଅଭିଭାବକଙ୍କ ସମାବେଶରେ ବାଲ୍ୟ ବିବାହକୁ ଉତ୍ସାହିତ ନକରି ସମାଜରୁ ଏହି ମାନସିକତା ଠାରୁ ଦୂରେଇ ରଖିବାକୁ ସଚେତନତା କରାଯାଉଅଛି ।

ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରରେ ବାଲ୍ୟ ବିବାହ ମୁକ୍ତ ଶପଥ ପାଠ କାର୍ଯ୍ୟକ୍ରମ ଅଙ୍ଗନୱାଡି କେନ୍ଦ୍ର ଅଞ୍ଚଳ ସ୍ତରରେ ଚାଲିଥିବା ବେଳେ ଏହାର ଅନୁକୂଳ ପ୍ରଭାବ ପଡୁଥିବା ଜଣାଯାଇଛି । ଗତକାଲି ଗୁରୁବାର ଅପରାହ୍ନରେ ପ୍ରକଳ୍ପ ମୁଖ୍ୟାଳୟ ମହାନଳା – ୧ , ଅଙ୍ଗନୱାଡି କେନ୍ଦ୍ର ସେବା ଅଞ୍ଚଳ ପରିସରରେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ବନିତା କୁମାରୀ ରଥଙ୍କ ଦ୍ୱାରା ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଶପଥ ପାଠ କାର୍ଯ୍ୟକ୍ରମ ଗ୍ରାମ ବଡ଼ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମ ମହିଳା ମଣ୍ଡଳୀ , କିଶୋରୀ ବାଳିକା ସମୁକଙ୍କ ସହ ଗ୍ରାମ ସମ୍ପ୍ରଦାୟ କୁଳ ଅଧିକାରୀ ( ମୁଖିଆ ) ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପୁରୋହିତ ପଣ୍ଡିତ ଶ୍ରୀ ସୋମନାଥ ଦାଶ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପସ୍ଥିତ ମହିଳା ବର୍ଗ , କିଶୋରୀ ବାଳିକାଙ୍କୁ ବାଲ୍ୟ ବିବାହର କୁପରିଣତି ଓ ଏହାକୁ ନେଇ ସୃଷ୍ଟି ହେଉଥିବା ସାମାଜିକ ଭୟାବହତା ନେଇ ତଥ୍ୟଗତ ଓ ପୌରାଣିକ ସତ୍ୟତାକୁ ଉପଲବ୍ଧି କରାଇଥିଲେ । କନ୍ୟାଦାନ ମହାପୂର୍ଣ୍ୟ ହୋଇଥିବାରୁ ଉପଯୁକ୍ତ ସମୟରେ ଉପଯୁକ୍ତ ପାତ୍ରରେ ଦାନ କରି ସାମାଜିକ ଶ୍ରେୟତା ନେବାକୁ ଅନୁପ୍ରାଣିତ କରିଥିଲେ ।

ନାରୀ ହେଲେ ପଠୋଇ ,ଦେଶ ଯିବ ଆଗେଇ ନାରାକୁ ସାର୍ଥକତା କରାଇବାକୁ ନାରୀ ସ୍ଵାଧୀନତା , ମହିଳା ସଶକ୍ତିକରଣ ସହ ନାରୀ ଦୁର୍ବଳା ଭାବନା ପରିହାର କରି ଏହି ମହାଧାନକୁ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାଲ୍ୟ ବିବାହକୁ ସମାଜରୁ ଦୂରେଇ ଉପଯୁକ୍ତ ବୟସରେ ବିବାହ ଦେବାନେଇ ସାମୁହିକ ଶପଥ ପାଠ କରାଇଥିଲେ । ଅଂଶଗ୍ରହଣକାରୀ ମହିଳା ମଣ୍ଡଳୀ , କିଶୋରୀ ବାଳିକା ସମୂହ କର୍ମୀ ଓ ସହାୟିକାଙ୍କ ସହ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା ସହିତ ପଥପ୍ରାନ୍ତ ସଭା ମାଧ୍ୟମରେ କନ୍ୟାଭ୍ରୂଣ ହତ୍ୟାର କୁପରିଣତି , ବେଟି ବଚାଓ ବେଟି ପଢାଓ , କନ୍ୟାରତ୍ନ କର ଯତ୍ନ ଆଦିର ସଚେତନତା କରିଥିଲେ । କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ସିଡିପିଓ ଅର୍ଚ୍ଚନା କହଁର ଅଂଶ ଗ୍ରହଣ କରିବା ସହିତ ମହିଳାଙ୍କୁ ସାମୁହିକ ଶପଥ ପାଠପାଇଁ ଅନୁପ୍ରାଣିତ କରାଇଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here