ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ କୁପ୍ରଥା ମୁକ୍ତ ପାଇଁ ଗଜପତି ନଗର ଉନ୍ନୟନ କମିଟି ତରଫରୁ ଶପଥ ପାଠ ଅନୁଷ୍ଠିତ ।

0
107

ବ୍ରହ୍ମପୁର,୧୬/୦୪/୨୦୨୧:
ଗଞ୍ଜାମ ଜିଲ୍ଲା କୁ ବାଲ୍ୟବିବାହ କୁପ୍ରଥାରୁ ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ଆହ୍ବାନ କୁ ଗଜପତି ନଗର ଉନ୍ନୟନ କମିଟି ଗ୍ରହଣ କରି ଆଜି ସକାଳ ୯ ଘଟିକା ସମୟରେ ଗଜପତି ନଗର ସ୍ଥିତ ପାଠାଗାର ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲା କୁ ବାଲ୍ୟବିବାହ କୁପ୍ରଥାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ କୋରନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମ ରେ ଗଜପତି ନଗର ଅଞ୍ଚଳ ର ସ୍ଥାୟୀ ବାସିନ୍ଦା, ବ୍ୟବସାୟୀ, ଗଜପତି ନଗର ଉନ୍ନୟନ କମିଟି ର କର୍ମକର୍ତ୍ତା ତଥା ସାଧାରଣ ସମ୍ପାଦକ ସତୀଶ୍ ପାଣିଗ୍ରାହୀ, ଶିଶିର ମିଶ୍ର, ନିରଞ୍ଜନ ଦାସ, ପୂର୍ଣ୍ଣ ମହାରଣା, ଗଗନ ମଲ୍ଲିକ, ସୁରେଶ ପାତ୍ର, ଭିକାରୀ ବେହେରା, ଉମା ଶଙ୍କର ପଣ୍ଡା, ତଥା ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ନିହାରିକା ମହାନ୍ତି, ଆଶା ଦିଦି ଶ୍ରୀମତୀ ସଙ୍ଗିତା ମହାପାତ୍ର, ହେଲପର ଟି. ଭବାନି ଏବଂ ଏ.ଏନ.ଏମ୍ ଶ୍ରୀମତୀ ପ୍ରତିମା ପ୍ରିୟଦର୍ଶିନୀ ସେଠୀ, ସିଦ୍ଧାର୍ଥ ନଗରର ଅଙ୍ଗନବାଡ଼ି କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଜପତି ନଗର ଉନ୍ନୟନ କମିଟି ର ସାଧାରଣ ସମ୍ପାଦକ ସତୀଶ୍ ପାଣିଗ୍ରାହୀ ଓ ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ନିହାରିକା ମହାନ୍ତି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here