ବେଗୁନିଆପଡ଼ାରେ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦୀପଦାନ

0
123

ବ୍ରହ୍ମପୁର,୧୭/୦୪/୨୦୨୧ : ପ୍ରବାଦ ପୁରୁଷ, ବିଶିଷ୍ଟ ଜନ ନାୟକ, ଦୁର୍ଦ୍ଦଷ ବିମାନ ଚାଳକ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଛକ ସ୍ଥିତ ବାପୁଜି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହା ପରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ବିଜୁବାବୁଙ୍କ ଫୋଟ ଚିତ୍ର ପାଖରେ ଦୀପଦାନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ପାଢ଼ୀ, ତ୍ରିନାଥ ଭୂୟାଁ, ମହେଶ୍ୱର ବରାଡ଼, ପ୍ରଶାନ୍ତ ପ୍ରଧାନ, ଅଭୟ ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଜୁ ବାବୁଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମ ଓ ନୂତନ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ସୂଚନା ପ୍ରଦାନ କରିଥିଲେ ।ଏଥିରେ ବହୁ ବିଜୁ ପ୍ରେମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here