ବ୍ରହ୍ମପୁର,୧୭/୦୪/୨୦୨୧:ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସର ରେ ଆଜି ସକାଳେ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଗୋପାଳପୁର ସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ। ପରେ ପରେ ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଙ୍କ ନେତୃତ୍ୱ ରେ ଏକ ପଦ ଯାତ୍ରା ଗୋପାଳପୁର ବୁଲିବା ସହ ସମୁଦ୍ର କୁଳ ରେ ପହଂଚି ଥିଲା।ସେଠାରେ ବିଜୁ ବାବୁ ଙ୍କ ଶ୍ରାଦ୍ଧ କରାଯାଇଥିବା ବେଳେ ତିଳ ତର୍ପଣ କରାଯାଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷା ସି.ହେଚ.ଉଷାରଣୀ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଳେଇ,ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରକାଶ ସାମନ୍ତ, ପ୍ରକାଶ ଚନ୍ଦ୍ର କୋଠିଆ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।