ମୋ ଗେହ୍ଲା ଝିଅ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ ଉତ୍ସବ

0
134

ବୁଗୁଡ଼ା,୧୭/୦୪/୨୦୨୧: ବୁଗୁଡ଼ା ଏନ୍ଏସି ର ପାଞ୍ଚ ନମ୍ୱର ୱାର୍ଡ ରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ କାର୍ଯ୍ୟକ୍ରମ ପାଞ୍ଚ ନମ୍ବର ୱାର୍ଡର ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ଅଙ୍ଗନୱାଡି କର୍ମୀ ପ୍ରମୋଦା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ ପାତ୍ର ଓ ତାଙ୍କ କନ୍ୟା ସନ୍ତାନଙ୍କୁ ସ୍ବାଗତ କରାଯାଇ ନୂଆ ପୋଷାକ ପ୍ରଦାନ କରାଯାଇ ବନ୍ଦାପନା କରାଯାଇଥିଲା। ଏଥିସହ କିଶୋରୀ ବାଳିକା କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି ଶିଶୁଙ୍କ ମାଆମାନେ ଯୋଗ ଦେଇଥିଲେ। ପୁଅକୁ ୨୧ ବର୍ଷ ଓ ଝିଅକୁ ୧୮ ବର୍ଷ ପୂର୍ଣ୍ଣ ହୋଇନଥିଲେ ତାହା ବାଲ୍ୟ ବିବାହ ବୋଲି ବିବେଚନା କରାଯାଏ। ବାଲ୍ୟ ବିବାହ କରୁଥିବା ପିତାମାତା ଓ ବିବାହ କାର୍ଯ୍ୟ କରୁଥିବା ବ୍ରାହ୍ମଣ ଉଭୟେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ସଚେତନତା କରାଯିବା ସହ ବାଲ୍ୟ ବିବାହ ନକରିବା ଓ ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କିଶୋରୀ ବାଳିକା ବାଲ୍ୟ ବିବାହ ନକରିବା ଲାଗି ମଧ୍ୟ ଶପଥ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସହାୟିକା ସଂଯୁକ୍ତା ମହାରଣା ଓ ଆଶାକର୍ମୀ ସଫଳା ପାତ୍ର ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here