ସାନଖେମୁଣ୍ଡିରେ ବ୍ଲକ୍ ସ୍ତରୀୟ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ ପରିସଂଖ୍ୟାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0
171

ବ୍ରହ୍ମପୁର,୧୭/୦୪/୨୦୨୧: ରାଜ୍ୟ ସ୍ତରରେ ଥିବା ପଛୁଆବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତାବସ୍ଥା ପରିସଂଖ୍ୟାନ କରାଯାଇ ବର୍ଗ ଭିତ୍ତିରେ ସୁବିଧା ଯୋଗାଇଦେବା ଉଦ୍ଧେଶ୍ୟ ନେଇ ସରକାରଙ୍କ ପଛୁଆବର୍ଗ ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକ୍ରମ ଇତି ମଧ୍ୟରେ ସାନଖେମୁଣ୍ଡି ବ୍ଲକରେ ଆରମ୍ଭ ହୋଇଯାଇଅଛି । ଏଥି ସମ୍ବନ୍ଧିତ ତଥ୍ୟସଂଗ୍ରହକାରୀ ଓ ପରିଦର୍ଶକଙ୍କ ଏକ ପ୍ରଶିକ୍ଷଣ ଶିବିର ବ୍ଲକ ସଭାଗୃହରେ ଆଜି ଅନୁଷ୍ଠିତ ହେବା ସହିତ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତାବସ୍ଥା ନେଇ ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ ଓ ଲିପିବଦ୍ଧ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଅଛି । ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର , ଜିପିଇଓ ବୈଜୟନ୍ତୀ ମୂଣ୍ଡା , ସହକାରୀ ମତ୍ସ୍ୟ ଅଧିକାରୀ ଜୟନ୍ତୀ ଦେବୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟନ୍ତ ସାମନ୍ତସିଂହାର , ପ୍ରଗତି ସହାୟକ ବିଜୟ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ତାଲିମ ପ୍ରଦାନ କରିଥିଲେ । ବ୍ଲକ୍ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ପଛୁଆବର୍ଗ ପରିବାର ଓ ସଦସ୍ୟଙ୍କ ସହ ଯୋଗାଯୋଗ କରି ଶିକ୍ଷାଗତ ଯୋଗ୍ୟତା , ଆର୍ଥିକ ସ୍ଥିତି ସମୀକ୍ଷା ଆଦିର ବିସୃତ ନିର୍ଭୁଲ ତଥ୍ୟ ସଂଗ୍ରହ କରି ନିର୍ଦ୍ଧାରିତ ଫର୍ମରେ ନିର୍ଭୁଲ ଭାବେ ଲିପିବଦ୍ଧ କରାଇବାକୁ ଅନୁପ୍ରାଣିତ କରିଥିଲେ ।କୋଭିଡ୍ ତଥା କରୋନା ଦ୍ଵିତୀୟ ଲହର ଏବଂ ସଂକ୍ରମଣ ହଟ୍ ସ୍ପଟ୍ ଅଞ୍ଚଳରୁ ସମ୍ପ୍ରତି ପ୍ରବାସୀଙ୍କ ଆଗମନ ଦୃଷ୍ଟିରୁ ତଥ୍ୟ ସଂଗ୍ରହରେ ମାସ୍କ୍ ପରିଧାନ ସହ ଜନସାଧାରଣଙ୍କୁ ସଚେତନା କରାଇ ତଥ୍ୟ ସଂଗ୍ରହ କରିବାକୁ ପ୍ରଶିକ୍ଷିତ କରାଯାଇଥିଲା ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଆଇସିଡିଏସ ପକ୍ଷରୁ ପରିଦର୍ଶିକା ମାମତାଞ୍ଜଳୀ ପଣ୍ଡା , ଅନିମା ପ୍ରଧାନ ,ପୁଷ୍ପଲତା ସାହୁ , ହୀରା ପାତ୍ର ପ୍ରମୁଖଙ୍କ ସହ ଦାୟିତ୍ୱରେ ଥିବା ତଥ୍ୟସଂଗ୍ରହଲାରୀ ଅଙ୍ଗନୱାଡି କର୍ମୀ ଅଂଶଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here