ବ୍ରହ୍ମପୁର,୧୮/୦୪/୨୦୨୧ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ବଡଦାଣ୍ଡ ସାହିରେ ଶନିବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ପୂର୍ଣଚନ୍ଦ୍ର ସାହୁ ଙ୍କ ଦୁଇ ବଖରା ଘର ପୋଡ଼ି ନଷ୍ଠ ହୋଇଯାଇଛି। ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଥିଲେ l ଅଗ୍ନିକାଣ୍ଡରେ ବହୁ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି l ବାରିପଟ ଚୁଲିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି l ଅଗ୍ନିଵିପନ୍ନଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l





