ବ୍ରହ୍ମପୁର,୧୮/୦୪/୨୦୨୧ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏସ୍. ଛଚିନା ପଞ୍ଚାୟତ ଉଜ୍ଜ୍ୱଳପଲ୍ଲୀ ଠାରେ ମା ସନ୍ତୋସୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଚିକିଲି ଟିମ୍ ସହ ମଥୁରା ଟିମ୍ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଚିକିଲି ପ୍ରଥମେ ବ୍ୟାଟିଂ କରି ୯ ୱକେଟ ହରାଇ ୧୫୪ ରନ ସଂଗ୍ରହ କରିଥିବା ବେଳେ ମଥୁରା ସମସ୍ତ ୱକେଟ ହରାଇ ୯୬ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଫଳରେ ଫାଇନାଲ ମ୍ୟାଚରେ ବିଜୟ ଲାଭ କରିଲା ଚିକିଲି । ଏହି ଉଦଯାପନ ଉତ୍ସବରେ ଅତିଥି ଭାବେ ବେଗୁନିଆପଡ଼ା ବ୍ଲକ ଉପାଧକ୍ଷ ଭ୍ରମରବର ଭୂୟାଁ, ସୁବାସ ଚନ୍ଦ୍ର ବିଶ୍ୱାଳ,ସତ୍ୟନାରାୟଣ ସାହୁ, ଏସ୍ ଛଚିନା ପଞ୍ଚାୟତ ସମିତିସଭ୍ୟଙ୍କ ପ୍ରତିନିଧି ଚରଣ ନାୟକ, ବୁରୁଝୁରି ପଞ୍ଚାୟତ ସମିତିସଭ୍ୟ ବିନାୟକ ନାୟକ, ସୁରେନ୍ଦ୍ରନାଥ ପରିଡା, ବେଗୁନିଆପଡ଼ା ସମିତି ସଭ୍ୟ ନାରାୟଣ ବେହେରା ପ୍ରମୂଖ ଯୋଗ ଦେଇ ଦୁଇ ଟିମ୍ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ମାଧବ ଗୌଡ଼,ସୁନୀଲ ସେଠି , ସନ୍ତୋଷ ଦାସଙ୍କ ସହ ଯୁବକମାନେ ଏବଂ ଗ୍ରାମବାସୀ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।






