ପ୍ରବାସୀ ଫେରନ୍ତା କରୋନା ପଜିଟିଭ୍ ଯୁବକଙ୍କ ବାହାଘର ବନ୍ଦ କରିଲା ପ୍ରଶାସନ ।

0
130

ବ୍ରହ୍ମପୁରରେ,୨୧/୦୫/୨୦୨୧: କରୋନା ସଂକ୍ରମଣର ଦ୍ଵିତୀୟ ଲହରର ପ୍ରାଦୁର୍ଭାବ ବିଶ୍ଵ ସମୁଡାୟକୁ ଭୟଭୀତ କରିଥିବା ବେଳେ ସାମାଜିକ ଜୀବନରେ ମଧ୍ୟ ଏହାର ପ୍ରାଦୁର୍ଭାବ ପକାଉଛି । ସଂକ୍ରମଣକ ଭୟାବହତା ନେଇ ସାଧାରଣରେ କରୋନା ସଂକ୍ରମିତ ମୃତ ଶବକୁ ଅନ୍ତିମ ସଂସ୍କାର ନେଇ ଅବାଞ୍ଛିତ ପରିସ୍ଥିତି ସୃଷ୍ଟି ହେବା ନେଇ ବହୁ ନଜିର ରହିଥିବା ବେଳେ ସଂକ୍ରମଣ ଚିହ୍ନଟ ପ୍ରକ୍ରିୟାରେ ପଜିଟିଭ୍ ଥିବା ଜନୈକ ପ୍ରବାସୀ ଫେରନ୍ତା ଯୁବକଙ୍କ ବାହାଘରକୁ ବନ୍ଦ କରିବାରେ ପ୍ରଶାସନିକ ହସ୍ତକ୍ଷେପ କରି ସଫଳ ହୋଇଥିବା ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଅଛି ।ମିଳିଥିବା ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ୍ ଟି ଗୋବିନ୍ଦପୁର ପଞ୍ଚାୟତର ଦଶେଇପୁର ଗ୍ରାମର ଜନୈକ ଯୁବକ ବାହାର ରାଜ୍ୟରେ ଶ୍ରମିକ ଭାବେ କାମକରୁଥିବା ବେଳେ କିଛିଦିନ ତଳେ ଗ୍ରାମକୁ ଫେରିଥିଲେ । ସରକାରଙ୍କ କୋଭିଡ କଟକଣା ନିୟମ ପ୍ରକାରେ ସେ ନିଜକୁ ସ୍ଥାନୀୟ ବ୍ୟବସ୍ଥା ପ୍ରକାରେ କରୋନା ପରୀକ୍ଷା କରାଇଥିଲେ । କୌଣସି ଲକ୍ଷଣ ନଥାଇ ଯୁବକଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣାଯାଇଥିଲା । ପରନ୍ତୁ ପୂର୍ବ ପ୍ରସ୍ତୁତି ପ୍ରକାରେ ଆଜି ସଂପୃକ୍ତ ଯୁବକଙ୍କ ବାହାଘର ହେଉଥିବା ନେଇ ସୂଚନା ହସ୍ତଗତ ହେଲାପରେ ପ୍ରଶାସନ କ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଥିଲା । ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ ଶ୍ରୀନିବାସ ବେହେରା , ମେଡିକାଲ୍ ଅଫିସର ଡ଼ା , ମୀରାବାଇ ପଣ୍ଡା , ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକା ନମିତା କୁମାରୀ ନାୟକ , ପାଟପୁର ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ ସଦଳବଳେ ଦସେଇପୁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆୟୋଜିତ ହେବାକୁ ଥିବା ବାହାଘରକୁ ବନ୍ଦ କରିଛନ୍ତି । ଗ୍ରାମବାସୀ ଓ ବନ୍ଧୁ ପରିଜନଙ୍କୁ ଏକାଠି କରାଇ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ କରାଇ ସାମୁହିକ କରୋନା ସଚେତନତା ଏବଂ ପଜିଟିଭ୍ ଲକ୍ଷଣ ଥିବାରୁ ସମ୍ପୃକ୍ତ ଯୁବକଙ୍କ ବାହାଘରକୁ କରୋନାରୁ ମୁକ୍ତ ଲକ୍ଷଣ ଚିହ୍ନଟ ପର୍ଯ୍ୟନ୍ତ ସ୍ତଗିତ ରଖାଯିବା ନେଇ ମତବ୍ୟକ୍ତ କରିଥିଲେ । ବାହାଘର ପାଇଁ କନ୍ୟାଙ୍କ ଆଗମନ ହୋଇଥିବାରୁ ଉଭୟ ବରକନ୍ୟା ଓ ଗ୍ରାମବାସୀଙ୍କୁ ପକ୍ଷଭୁକ୍ତ କରି ବିବାହ ଉତ୍ସବକୁ ଏକମାସ ଘୁଞ୍ଚାଇବାକୁ ନେଇ ସ୍ଵିକୋରକ୍ତି ପତ୍ର ହସ୍ତଗତ କରିଥିଲେ । ବିବାହ ପାଇଁ ବର ଘରକୁ ଆସିଥିବା କନ୍ୟାକୁ ପରବର୍ତ୍ତୀ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ପିତାଗୃହକୁ ଫେରସ୍ତ ନବାକୁ ରାଜି କରାଇଥିଲେ ।
ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here