ଫାଶୀଗୁଡା ଭୋଜି ଉପରେ ଅତର୍କିତ ଚଢ଼ାଉ । ଭୋଜି ସାମଗ୍ରୀ ଜବତ କରି ଗରିବଙ୍କୁ ବାଣ୍ଟିଲା ପ୍ରଶାସନ ।

0
169

ବ୍ରହ୍ମପୁର,୨୨/୦୫/୨୦୨୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବାଙ୍ଗରଡା ରାଜସ୍ୱ ସର୍କଲ ଫାସିଗୁଡା ଗ୍ରାମରେ ଶୁକ୍ରବାର ଦିନ କୋଭିଡ ନିୟମ ଉଲଘଂନ କରି ବାହାଘର ପାଇଁ ୪ ଶହ ଜଣଙ୍କ ନିମନ୍ତେ ରନ୍ଧାଖାଦ୍ୟର ଆୟୋଜନ ହୋଇଥିଲା । ଗ୍ରାମର ଢେପସାହିର ତବତିଆ ନାୟକଙ୍କ ପୁଅ ନିଳାଞ୍ଚଳ ନାୟକଙ୍କ ବାହାଘର ହେଉଥିବା ବେଳେ କରୋନା କଟକଣା ନିୟମ ଉଲଘଂନ କରି ଭୋଜିଭାତ ଆୟୋଜନ କରିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସ୍ଥାନୀୟ ବ୍ଳକ ପ୍ରଶାସନକୁ ଉକ୍ତ ଭୋଜି ଉପରେ ଚଢ଼ାଉ କରିବା ସହ କଡ଼ା ଜୋରିମାନା ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବିଡ଼ିଓ ଶ୍ରୀ ହଳଧର ଶବର , ତହସିଲଦାର ଅଦୈତ କୁମାର ସ୍ବାଇଁ , ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ଦିଗପହଣ୍ଡି ଥାନା ଏସ୍ ଆଇ ମାଧବ ଚନ୍ଦ୍ର ଟାକିରୀ ସମେତ ରାଜସ୍ୱ କର୍ମଚାରୀ ମିଳିତଭାବେ ଗ୍ରାମରେ ପହଞ୍ଚି ରନ୍ଧାଖାଦ୍ୟ ଜବତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ତେବେ ପ୍ରଶାସନ ଅଧିକାରୀ ମାନେ ମାନବିକତା ଦେଖାଇ ଉକ୍ତ ରନ୍ଧାଖାଦ୍ୟକୁ ସେଠାରୁ ଆଣି ନିକଟସ୍ଥ ଗ୍ରାମ ଭୀଷ୍ମଗିରି ହରିଜନ ସାହିରେ ରହୁଥିବା ଗରିବ ତଥା ଅସହାୟ ଲୋକମାନଙ୍କୁ ବାଣ୍ଟି ଫେରିଥିବା ସୂଚନା ମିଳିଛି । ଏହି ଚଢାଉରେ ରାଜସ୍ବ ନିରୀକ୍ଷକ ଅକ୍ଷୟ କୁମାର ମଲ୍ଲିକ , କୈଳାସ ଚନ୍ଦ୍ର ପାତ୍ର , ଫକୀରମୋହନ ରାଉତ , ସୁପରଭାଇଜର ଚିତ୍ରସେନ ଦଳାଇ , ନିରୀକ୍ଷିକା ସରସ୍ଵତୀ କହଁରଙ୍କ ସମେତ ପୁଲିସ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଫାସିଗୁଡା ସରପଞ୍ଚ ଦିଲିପ କୁମାର ସେଠୀ , ସମିତି ସଭ୍ୟ ଶିବରାମ ପ୍ରଧାନ ଓ ଭୀଷ୍ମଗିରି ସରପଞ୍ଚ ପିତାମ୍ବର ଗୈାଡ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here