ଦିଗପହଣ୍ଡିରେ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0
156

ବ୍ରହ୍ମପୁର,୨୨/୦୫/୨୦୨୧:
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ ଅଖିଳ ଭାରତ କଂଗ୍ରେସ କମିଟି ବଳିଦାନ ଦିବସ ରୂପେ ପାଳନ କରୁଥିବା ଅବସରରେ ପ୍ରାଦେଶିକ ସ୍ତରରେ ଏହାକୁ ବଳିଦାନ ଦିବସ ଭାବେ ପାଳିତ ହେଉଅଛି । ଏହି ଅବସରରେ ଦିଗପହଣ୍ଡି ବ୍ଲକ ଏବଂ ନଗର କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକଠାରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବଳିଦାନ ଦିବସ ପାଳନ ଅବସରରେ ରାଜୀବଙ୍କ ସ୍ମୃତି ଚାରଣ କରାଯିବା ସହ ଦେଶର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।ପରେ କରୋନା ମହାମାରୀ ଜନିତ ଲକ୍ ଡାଉନ୍ ସମୟରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଗରିବ ଅସହାୟ ପରିବାରଙ୍କ ସହ ସାମାଜିକ ଦୂରତା ଓ ମାସ୍କ ପରିଧାନ ପୂର୍ବକ ସାକ୍ଷାତ ଆଲୋଚନା କରି ସଚେତନତା କରାଯିବା ସହିତ ଦଳ ପକ୍ଷରୁ ରିଲିଫ ସାମଗ୍ରୀ ଏବଂ ମାସ୍କ ଆଦି ବଣ୍ଟନ କରାଯାଇଥିଲା । ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଏମ୍ . ବାଇନାଥ , ଜଗବନ୍ଧୁ ମିଶ୍ର , ରସାନନ୍ଦ ରାଉତ , ଏ.କେଶବ ରାଓ , ଡମ୍ବ ବେହେରା , ଯୁବନେତା ଦୀପକ କୁମାର ମିଶ୍ର , କାପୁଲୁ କୁନା , ଓ୍ବାଇ. ରବିକୁମାର , ଶଙ୍କର ରାଓ , ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିକାଶ ପଶୁପାଳକଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here