ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ।

0
147

ବୁଗୁଡା,୦୧/୦୬/୨୦୨୧: ବୁଗୁଡା ବ୍ଲକରେ ମୃତ୍ୟୁ ବରଣ କରିଥିବା ତିନି ମୃତକଙ୍କ ଦୁଇ ପରିବାରଙ୍କ ନିକଟକୁ ଜୁନ ୦୧ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହ ବୁଗୁଡା ସହରର କେତେକ ସାହିରେ ଘରକୁ ଘର ଯାଇ ମାସ୍କ ବଣ୍ଟନ କରିବା ସହ କରୋନା ସଂକ୍ରମଣକୁ ପ୍ରତିରୋଧ ବିଷୟରେ ସଚେତନତା କରିଛନ୍ତି। ବୁଗୁଡା ସହରର ୧୧ ନମ୍ବର ୱାର୍ଡର ଗୋଟିଏ ପରିବାର ର ସତ୍ୟ ପ୍ରଧାନ ଓ ଗୋପୀନାଥ ପ୍ରଧାନଙ୍କ ଅକାଳ ବିୟୋଗ ଘଟିଥିବା ଖବର ପାଇବା ପରେ ବିଧାୟକ ଶ୍ରୀ ସାହୁ ସେହି ପରିବାର ନିକଟକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ବ୍ଳକର ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତର ପଙ୍କଳବାଡ଼ି ଗ୍ରାମର ପ୍ରଦୀପ ବେହେରା ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ବରଣ ଖବର ଜାଣିବା ପରେ ଆଜି ସ୍ବର୍ଗତ ବେହେରା ଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଦଳ ମତ ନିର୍ବିଶେଷରେ ପୋଲସରା ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଜାଣିବା ପରେ ସେ ନିଶ୍ଚିତ ଭାବେ ସେହି ମୃତକଙ୍କ ପରିବାରଙ୍କ ନିକଟକୁ ଯାଇ ସମବେଦନା ଜଣାଇବା ସହ ସାହାସ ପ୍ରଦାନ କରିଥାନ୍ତି। ଏହି ଉତ୍ତମ ଗୁଣ ଯୋଗୁଁ ବୁଦ୍ଧିଜୀବୀ ମାନେ ବିଧାୟକ ଶ୍ରୀ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here