ସାମ୍ବାଦିକ ନିଜ ଜନ୍ମ ଦିନରେ ମାସ୍କ ବାଣ୍ଟିଲେ

0
175

ବୁଗୁଡା,୦୧/୦୬/୨୦୨୧: ବୁଗୁଡା ସହରରେ ପ୍ରତିଷ୍ଠିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା ନିଜର ୫୬ତମ ଜନ୍ମ ଦିନରେ ମାସ୍କ ବାଣ୍ଟିବା ସହ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା ବୁଗୁଡା ନିକୁଞ୍ଜ ମୋହନ କ୍ଳବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଗୁଡା ବାର ଆସୋସିଏସନର ସଭାପତି ହର ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଡ.ବିଜୟ ଚନ୍ଦ୍ର ମହାରଣା, ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରା ଓ ଶିକ୍ଷାବିତ୍ ଅଶୋକ କୁମାର ପାଢୀ ଯୋଗଦେଇଥିଲେ । ପ୍ରଥମେ ଶ୍ରୀ ଜଗନ୍ନାଥ ସ୍ବାମୀ ନିକଟରେ ପ୍ରଦୀପ ପ୍ରଜ୍ଳଳନ ସହ ଶ୍ରୀ ପଣ୍ଡାଙ୍କ ମାତା ଓ ପିତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସୁରେନ୍ଦ୍ର ନାଥ ପାଣି ବେଦପାଠ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ପରିବେଶ ସୁରକ୍ଷା ଓ ଅମ୍ଳଜାନ ପାଇବା ପାଇଁ ସମସ୍ତେ ବୃନ୍ଦ ରୋପଣ କରିବାକୁ ଅନୁରୋଧ କରିବା ସହ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ କୋଭିଡ ନିୟମ ମାନି ଚାଲିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ବଚ୍ଛସାଥୀ ସୁପରଭାଇଜର ରଞ୍ଜିତା ପାଢୀ, ସ୍ବେଚ୍ଛାସେବୀ ରାଜେନ୍ଦ୍ର ପ୍ରଧାନ, ଏନଏସି କନିଷ୍ଠ ଯନ୍ତ୍ରୀ ଇଂ. ରୋଷନ କୁମାର ପ୍ରଧାନ, ବରିଷ୍ଠ କିରାଣୀ କାଳୁ ଚରଣ ରଥ, ଖୋଳଖାଳି ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର ଓ ଅନ୍ତରପଡା ସରପଞ୍ଚ ବିଜୟ ଲକ୍ଷ୍ମୀ ଭୋଳଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here