ଘର ଟିକସ ବୃଦ୍ଧି ପ୍ରସଙ୍ଗ: ବର୍ଦ୍ଧିତ ଟିକସ ଆଦାୟ କରିପାରିବ ନାହିଁ ବ୍ରହ୍ମପୁର ପୌର ନିଗମ

0
268

ବ୍ରହ୍ମପୁର,୦୯/୦୬/୨୦୨୧: କୌଣସି ନିୟମ କାନୁନ କୁ ସମ୍ମାନ ନ ଜଣାଇ ମନ ଇଛା ହୋଲଡିଂ ଟିକସ ବୃଦ୍ଧି କରିଥିବା ବ୍ରହ୍ମପୁର ପୌରସଂସ୍ଥା ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ କରି ପାରିବ ନାହିଁ। ଅତଏବ ପୁରୁଣା ଧ୍ୟାର୍ଯ୍ୟ ଦରରେ ଲୋକେ ହୋଲଡିଂ ଟିକସ ଦେବେ ବୋଲି ମାନ୍ୟବର ଓଡିଶା ହାଇକୋର୍ଟ ମଧ୍ୟବର୍ତ୍ତୀ କାଳୀନ ତାଙ୍କ ରାୟରେ ପ୍ରକାଶ କରିଛନ୍ତି ।କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ଏକ ରିଟ ପିଟିସନ କୁ ବିଚାରକୁ ନେଇ ଅଦାଲତ ବ୍ରହ୍ମପୁର ମହାନଗର ନିଗମକୁ ଏହି ଆଦେଶ ଦେବାସହ ଲୋକଙ୍କ ଠାରୁ କାହିଁକି ୟୁଜ୍ୱର୍ସ ଫିଜ ଆଦାୟ କରାଯାଉଛି ତାହାର କାରଣ ଦର୍ଶାଇବାକୁ ରାଜ୍ୟସରକାର ଏବଂ ମହାନଗର ନିଗମକୁ ନୋଟିସ ଜାରି କରିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ମହାନଗର ନିଗମ ବିନା କୌଣସି ଜନ ଶୁଣାଣି କିମ୍ବା ପୌର ପରିଷଦର ଅନୁମୋଦନ ନ ଥାଇ ଘର ହୋଲଡିଂ ଟିକସ ପ୍ରାୟ ଶତ ପ୍ରତିଶତ ବୃଦ୍ଧି କରିଥିଲେ ଏବଂ ନୂଆ ୟୁଜ୍ୱର୍ସ ଫିଜ ଲାଗୁ କରିଥିଲେ ।ଏହା ବିରୁଦ୍ଧରେ କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡା ଆନ୍ଦୋଳନ କରିବା ସହ ନିଜେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟର ଦ୍ଵାରସ୍ଥ ହୋଇଥିଲେ l ମାନ୍ୟବର ନ୍ୟାୟଳୟ ନିକଟରେ ଥିବା ସମସ୍ତ କାଗଜ ପାତ୍ର ଉପରେ ତର୍ଜମା କରିବା ପରେ ଉଚ୍ଚ ନ୍ୟାୟଳୟ ଏହି ଆଦେଶ ଦେଇ ଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି l ଏହା ସହ ଏହି ଆଦେଶ କୁ ଶ୍ରୀ ପଣ୍ଡା ସ୍ୱାଗତ କରିବା ସହ ନବୀନ ସରକାର ନିଜର ସମସ୍ତ ଜନ ବିରୋଧୀ କାଯ୍ୟକୁ ବ୍ରହ୍ମପୁରବାସୀଙ୍କ ଉପରେ ପ୍ରୟୋଗ କରିବାର ଅପଚେଷ୍ଟା କୁ ଏକ ଧକ୍କା ବୋଲି କହିବା ସହ ଏହା ବ୍ରହ୍ମପୁର ବାସୀଙ୍କ ବିଜୟ ବୋଲି କହିଛନ୍ତି l ଆଡ଼ଭୋକେଟ ସିଦ୍ଧାର୍ଥ ଦାସ ଏହି ମକଦମା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here