ଶିଶୁଙ୍କ ଅମୂଲ୍ୟ ଜୀବନ ସଂକ୍ରମଣରୁ ରକ୍ଷା ନିମନ୍ତେ ବୟସ୍କଙ୍କ ଟିକା ଗ୍ରହଣ ଜରୁରୀ-ଜିଲ୍ଲାପାଳ

0
167

ଛତ୍ରପୁର,୦୯/୦୬/୨୦୨୧: ଜିଲ୍ଲାର ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଶିଶୁମାନେ ଯେପରି କରୋନା ସଂକ୍ରମଣରୁ ରକ୍ଷା ପାଇବେ ସେ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରି ଗୃହକୁ ଗୃହ ବୁଲି ସ୍ବତନ୍ତ୍ର ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା ଯାଂଚ୍ କରୁଛନ୍ତି । ଦେଶର ଅନ୍ୟ ରାଜ୍ୟରେ ତୃତୀୟ ଲହରର ପ୍ରଭାବକୁ ଦୃଷ୍ଚିରେ ରଖି ଗଞ୍ଜାମ ଜିଲ୍ଲାର ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଯାଂଚ୍ କରାଯାଇ ତାଙ୍କର ଚିକିତ୍ସା ଓ ଯତ୍ନ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ରୋକାଯାଇ ପାରିବ । ତୃତୀୟ ଲହର ସମୟରେ ମୁଖ୍ୟତଃ ଶିଶୁମାନେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଏକ ଆକଳନରୁ ଜଣା ପଡିଛି । ବର୍ତ୍ତମାନ ସମୟରେ ବିଦ୍ୟାଳୟ ବନ୍ଦ ରହିଛି ସେମାନେ ଘରେ ହିଁ ରହିଛନ୍ତି । ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ଯାଉ ନାହାନ୍ତି । ସେମାନେ ନିଜ ପରିବାରର ବୟସ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେବେ । ଏଣୁ ବୟସ୍କ ବ୍ୟକ୍ତିଙ୍କର ଟିକା ଗ୍ରହଣ ଦିଗରେ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯଦି ଟିକା ଗ୍ରହଣ କରି ନିଜେ ସୁରକ୍ଷିତ ରହିବେ ତେବେ ନିଜ ପରିବାରର ଶିଶୁଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ କାରଣ, କର୍ମସଂସ୍ଥାନରେ କିମ୍ବା ନିଜ ଜୀବୀକା ନିମନ୍ତେ ବୟସ୍କ ବ୍ୟକ୍ତି ହିଁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରନ୍ତି । ଏଣୁ ବିନା ଦ୍ବିଧାରେ ସମସ୍ତ ଜନ ସାଧାରଣ ଟିକା ଗ୍ରହଣ ସୁଯୋଗକୁ ହାତଛଡା ନ କରି ନିର୍ଭୟରେ ଟିକା ନିଅନ୍ତୁ । ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ପରିବାରର ଶିଶୁ ମାନଙ୍କର ଜୀବନ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରନ୍ତୁ । ଶିଶୁ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁଖମୟ ହେବ । ସମସ୍ତ ଜିଲ୍ଲାବାସୀ କରୋନା ଟିକା ଗ୍ରହଣ କରନ୍ତୁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here