ଜିଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ପକ୍ଷରୁ ଡ଼ିପଲ୍ ନଗର ଅସହାୟ ବସ୍ତିବାସିନ୍ଦାଙ୍କୁ ଚାଉଳ ଓ ରାସନ ସହ ମା ‘ ଭଉଣୀଙ୍କୁ ସାବିତ୍ରୀ ଯୋଗାଡ଼ ପ୍ରଦାନ ।

0
145

ବ୍ରହ୍ମପୁର,୦୯/୦୬/୨୦୨୧: ଦୀର୍ଘ କାଳୀନ କରୋନା ଜନିତ ଲକ୍ ଡାଉନ୍ ବ୍ୟବସ୍ତା ସାଧାରଣ ନିମ୍ନବର୍ଗ ଶ୍ରେଣୀଙ୍କ ଜୀବନଜୀବିକା ପ୍ରଭାବିତ ହୋଇଅଛି । କାମଧନ୍ଦା ବନ୍ଦ ଯୋଗୁଁ ଶ୍ରମିକ ଶ୍ରେଣୀର ଜୀବନର ମାନଦଣ୍ଡ ଦୋହଲି ଯାଇଥିବା ବେଳେ ବସ୍ତିବାସିନ୍ଦାଙ୍କ ଚୁଲି ଜଳିବାରେ ବ୍ୟାଘାତ ସୃଷ୍ଟି ହୋଇଅଛି । ଏହି ସ୍ଥିତିକୁ ଆଧାର କରି ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ଲୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଡିପଲ୍ ନଗର ବସ୍ତି ଅଞ୍ଚଳରେ ରହୁଥିବା ନିସହାୟ ଶ୍ରେଣୀ ବର୍ଗଙ୍କୁ ଚାଉଳ , ଡାଲି ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଅଛି । ଏହା ସହିତ ପବିତ୍ର ସାବିତ୍ରୀ ଓଷା ପାଳନ ଅବସରରେ ବିଧାୟକ ଶ୍ରୀ ଜେନାଙ୍କ ପକ୍ଷରୁ ନୂଆଁ ଲୁଗା ଓ ପୂଜା ସାମଗ୍ରୀ ପ୍ରଦାନ କରାଯାଇଅଛି ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକ , କୁକୁଡାଖଣ୍ଡି ଯୁବ କଂଗ୍ରେସର ଦଣ୍ଡପାଣି ପାତ୍ର , ଟୁଟୁ ଦୋରା , ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଫୁଲ୍ଲ ପଣ୍ଡା , ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତାଙ୍କ ସହ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here