ଉତ୍କଳମଣି ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ।

0
131

ଚିକିଟି,୨୪/୦୬/୨୦୨୧:ଗଞ୍ଜାମ ଜିଲାର ଅନ୍ୟତମ ଆଦର୍ଶ ହାଇସ୍କୁଲ ଚିକିଟି ବ୍ଲକର ମାଧବନ୍ଧ ଗ୍ରାମରେ ଉତ୍କଳମଣି ହାଇସ୍କୁଲ।ଆନ୍ଦ୍ର ଓଡ଼ିଶା ସୀମାନ୍ତରେ ଥିବା ଏହି ପୁରାତନ ଚାଳଛପର ବିଦ୍ୟାଳୟଟିର ଶିକ୍ଷାଦାନର ଉନ୍ନତି ଦେଖି ପରିଚାଳନା କମିଟି ହାତରୁ ଅର୍ଥ ବାହାର କରି ଏହାକୁ ସରକାରୀ ହାଇସ୍କୁଲ ମାନ୍ୟତା ପାଇଁ ଦାବି କରିଥିଲେ ଓ ପରବର୍ତ୍ତୀ ସମୟରେ ସରକାରୀ ହାଇସ୍କୁଲ ଭାବେ ଘୋଷଣା କରାଗଲା ୧୯୯୪ ମସିହାରେ। ତାପରଠୁ ଏଠି ବିଭିନ୍ନ ସରକାରୀ ଯୋଜନାରେ ଉନ୍ନତି ଘଟି ଆସିଛି। ବର୍ତ୍ତମାନ ସରକାରଙ୍କର ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଗତ ଶିକ୍ଷା ବର୍ଷରେ ମୋଟ ୩ ଲକ୍ଷ ୫୫ ହଜାର ଟଙ୍କା ସଂଗ୍ରହ ହୋଇଥିଲା।ଏଥିରେ ସରକାର ଦୁଇଗୁଣା ଅନୁଦାନ ୭ଲକ୍ଷ ୧୦ହଜାର ଟଙ୍କା ଦେଇଥିଲେ। ସେଥିରେ ପିଲାଙ୍କପାଇଁ ସାଇକେଲ ସେଡ଼୍,ପାଣିଟାଙ୍କି,ମଲ୍ଟି ଟେପ୍,ପାକଶାଳା,ଶିକ୍ଷଣ ଉପକରଣ ଓ ଶିକ୍ଷଣଗୃହ,ସବୁ ପିଲାଙ୍କ ପାଇଁ ଫର୍ଣ୍ଣିଚର,ଶ୍ରେଣୀଗୃହ ମରାମତି ଇତ୍ୟାଦି କାର୍ଯ୍ୟ ସଂପାଦନ କରାଯାଇଥିଲା।ଗତ ମାର୍ଚ୍ଚମାସରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟ ଏହି ବିଦ୍ୟାଳୟର ମୋ ସ୍କୁଲ କାର୍ଯ୍ୟକ୍ରମ କୁ ଆସି ଏତେ ଗୁଡ଼ିଏ ଟଙ୍କା ସ୍ଵଳ୍ପ ଦିନରେ ସଂଗ୍ରହ ହୋଇପାରିଥିବାରୁ ଅଭିଭାବକ ଓ ଛାତ୍ରଶିକ୍ଷକ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଚଳିତ ମାସ ରେ ୧ଲକ୍ଷ ୧୫ହଜାର ଟଙ୍କା ସଂଗ୍ରହ ହୋଇପାରିଛି ଓ ଏଥିରେ ମେଚିଂ ଗ୍ରାଣ୍ଟ ହିସାବରେ ସରକାର ଆଉ ୨ଲକ୍ଷ ୩୦ ହଜାର ଯୋଡ଼ିଦେବେ ଏବଂ ମୋଟ ୩ଲକ୍ଷ ୩୪୫ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ
ଜିଲ୍ଲାଶିକ୍ଷାଧିକାରୀଙ୍କୁ ଅନୁମୋଦନ ପାଇଁ ଦିଆ ଯାଇଛି ବୋଲି ପ୍ରଧାନଶିକ୍ଷକ ସଂଜୟ ପାତ୍ର ପ୍ରକାଶ କରିଛନ୍ତି। ଏଥିରେ ଚାରା ରୋପଣ,ନୂତନ ବଗିଚାସୃଷ୍ଟି,ବାର୍ଷିକ ଉତ୍ସବ,କଂପ୍ୟୁଟର ଓ ଇଣ୍ଟରନେଟର ଉନ୍ନତି,ଲାଇବ୍ରେରୀ ବହି କିଣିବା,ଓ ପାଠାଗାରର ଆଧୁନିକୀକରଣ ଇତ୍ୟାଦି ପ୍ରକଳ୍ପ ମୋ ସ୍କୁଲ କମିଟି ଦ୍ବାରା ଦିଆଯାଇଛି। ଭବିଷ୍ୟତରେ ଏକ ରଙ୍ଗମଞ୍ଚ ,ବାଳୀକାକମନ୍ ରୁମ୍,ଖେଲପଡିଆ ଓ ମଧ୍ୟାହ୍ନ ଭୋଜନ ପାଇଁ ଭୋଜନାଳୟ ର ଆବଶ୍ୟକତା ଥିବାରୁ ଏପରି ମୋ ସ୍କୁଲ କାର୍ଯ୍ୟକ୍ରମ ଜରିଆରେ କରିବାର ଆଶା ରଖିଛନ୍ତି ପୁରାତନ ଛାତ୍ରସଂସଦ।ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୩୪୦ଛାତ୍ରଛାତ୍ରୀ ପଢ଼ନ୍ତି ଓ ୧୪ଜଣ ଶିକ୍ଷକଶିକ୍ଷୟତ୍ରୀ କାର୍ଯ୍ୟ କରୁଅଛନ୍ତି।କରୋନା ଲକ ଡାଉନ୍ ସମୟରେ ଶିକ୍ଷକ ମାନେ ଘର ଘର ବୁଲି ଶିକ୍ଷାଦାନ କରିବା କାର୍ଯ୍ୟକ୍ରମ ଗତ ବର୍ଷ ବହୁ ପ୍ରଶଂସାର ପାତ୍ର ହୋଇପାରିଥିଲା।ପ୍ରକାଶ ଥାଉକି ଗତକାଲି ସରକାରୀ ସ୍ତରରେ ମୋ ସ୍କୁଲ ଅଭଯାନର ୨୫ତମ ବୈଠକରେ ରାଜ୍ୟର ୩୪୦୦୦ ସ୍କୁଲରୁ ଆସିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ସରକାରୀ ଅନୁଦାନ ୧୦୫କୋଟି ଟଙ୍କା ମଂଜୁର କରାଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଆଗ୍ରହରେବିଦ୍ୟାଳୟ ବିକାଶରେ ଏପରି ଏକ ସରକାରୀ କାର୍ଯ୍ୟକ୍ରମ ମୋ ସ୍କୁଲ ଯୋଜନା,ସମଗ୍ର ଦେଶରେ ଓଡ଼ିଶାରେ ହିଁ ପ୍ରଥମେ ଆରମ୍ଭ କରାଯାଇଛି। ଏହିଉତ୍କଳ ମଣି ହାଇସ୍କୁଲ ଅନ୍ୟ ସ୍କୁଲ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପ୍ରଧାନ ଶିକ୍ଷକ ସଂଜୟ ପାତ୍ରଙ୍କ ନିଷ୍ଠାପର ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପୁରାତନ ଛାତ୍ର ସଂସଦ କୁ ପ୍ରଭାବିତ କରିବା ସହ ଏପରି ଉନ୍ନତିର ସମସ୍ତ ଶ୍ରେୟ ପ୍ରଧାନ ଶିକ୍ଷକଙ୍କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here