ବାପ ମାଆ ଛେଉଣ୍ଡ ଅନାଥ ଶିଶୁକୁ ଭେଟି ସମବେଦନା ସହ ସହାୟତା ପ୍ରଦାନ କଲେ ବିଧାୟକ ରମେଶ ଚନ୍ଦ୍ର ଜେନା ।

0
311

ବ୍ରହ୍ମପୁର ,-୦୩/୦୮/୨୦୨୧ : କିଛିବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା ବେଳେ ସମ୍ପ୍ରତି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଣା ମାଆର ମୃତ୍ୟୁ ହୋଇଥିବାରୁ ଅସହାୟ ହୋଇପଡ଼ି ସାନଖେମୁଣ୍ଡି ବ୍ଲକ ପାଟପୁର ଅଜାଘରେ ରହୁଥିବା ଜନୈକ ଆଠ ବର୍ଷିୟ ଶିଶୁର ଦୂରାବସ୍ଥା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ କ୍ରିୟାଶୀଳ ହୋଇଅଛି । ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଅସହାୟ ଶିଶୁକୁ ଭେଟି ଅବସ୍ଥା ଅନୁଧ୍ୟାନ କଲାପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତିଭାସନ୍ ସାନଖେମୁଣ୍ଡି ଗସ୍ତରେ ଆସି ସଂପୃକ୍ତ ନିସହାୟ ଶିଶୁକୁ ଭେଟି ପ୍ରଶାସନିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସ୍ଥିତିରେ ଆଜି ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ନିଜ କର୍ମୀ ସମୂହଙ୍କ ସହ ଅନାଥ ଶିଶୁକୁ ଭେଟି ସମବେଦନା ପ୍ରଦାନ କରିବା ସହିତ କିଛି ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ।
ଆଜି ମାନ୍ୟବର ବିଧାୟକଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର , ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅରବିନ୍ଦ ନାହାକ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା , ବରିଷ୍ଟ କର୍ମୀ ସୁବାସ ପଟ୍ଟନାୟକ , ସିମାଞ୍ଚଲ ଗୌଡ , ଶଙ୍କର୍ଷଣ ଖୁଣ୍ଟିଆ , ଉମାଶଙ୍କର ପାଢ଼ୀ ପ୍ରମୁଖ କଂଗ୍ରେସ ବ୍ୟକ୍ତିତ୍ଵଙ୍କ ସହ ଅନାଥ ଶିଶୁଙ୍କ ଅଜା ପାଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ପାଢୀଙ୍କ ବାସଭବନରେ ଭେଟି ସମବେଦନା ଜଣାଇବା ସହିତ ଶିଶୁର ଭବିଷ୍ୟତକୁ ନେଇ ଆଲୋଚନା କରିଛନ୍ତି । ବିଧାୟକ ଭାବେ ସଂପୃକ୍ତ ଶିଶୁର ଭବିଷ୍ୟତର ଆବଶ୍ୟକତା ନେଇ ଯଥାସାଧ୍ୟ ପ୍ରଶାସନିକ ସହାୟତା ଯୋଗାଇବାର ପ୍ରତିଶ୍ରୁତି ପ୍ରଦାନ ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here