କଳାକାର ହୀତୈଷୀ ଆନ୍ଦୋଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
417

ବ୍ରହ୍ମପୁର , ୦୮/୦୮/୨୦୨୧: କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ କଳାକାର ହୀତୈଷୀ ଆନ୍ଦୋଳନ ନିମନ୍ତେ ସୋରଳ ଜଙ୍କ୍ସନ୍ ସ୍ଥିତ ସୁରେଶ ହସ୍ପିଟାଲ୍ ସଭାକକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାସଂଘର ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନ୍ଥ ସାହିତ୍ୟିକ ସାଧୁବାବା ଚିଦାନନ୍ଦ ଦାସ ମହାଭାଗ ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସଂଜୟ କୁମାର ବିଷୋୟୀ ଓ ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ସମ୍ମାନାସ୍ପଦ ଆଲୋଚକ ଭାବରେ ଯୋଗଦେଇ କରୋନା ମହାମାରୀ ଭିତରେ କଳାକାର ସମାଜର ଦୁଃସ୍ଥିତି ଚିତ୍ର ଓ ଏଥିପ୍ରତି ସରକାରୀ କଳର ଉଦାସୀନତା ଘେନି ଉଦବେଗ ପ୍ରକାଶ କରିଥିଲେ ।ସଂପ୍ରତି କଳାକାର ସମାଜର ଦୁଃସ୍ଥିତିର ସୁଧାର ନିମନ୍ତେ ମହାସଂଘ ପକ୍ଷରୁ ରାଜ୍ୟର ସମସ୍ତ ଅଞ୍ଚଳର ସମସ୍ତ ବର୍ଗର କଳାକାରଙ୍କୁ ନେଇ କଳା ଓ କଳାକାର ହୀତୈଷୀ ଆନ୍ଦୋଳନକୁ ବ୍ୟାପକ ଓ ତ୍ବରାନ୍ବିତ ଘେନି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ମହାସଂଘ ସଭାପତି ଡାକ୍ତର ସାହୁଙ୍କୁ ଷାଠିଏତମ ଜନ୍ମଦିନ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ସଂଘ ଉପଦେଷ୍ଟା ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ବଳଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଧନ୍ୟବାଦ କ୍ରମରେ ଆନ୍ଦୋଳନରେ ସଂପୃକ୍ତି ନେଇ ରାଜ୍ୟର କୋଡ଼ିଏ ଗୋଟି ଜିଲ୍ଲାର କଳାକାରଙ୍କ ସହ ଆଲୋଚନା ସରିଛି ଏବଂ ଅନ୍ୟମାନଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରି ଆନ୍ଦୋଳନ କାର୍ଯ୍ୟକ୍ରମକୁ ଶୀଘ୍ରାତିଶୀଘ୍ର ଗତିଶୀଳ କରାଇବା ନେଇ ସୂଚନା ଦେଇଥିଲେ । ଆପାତତଃ ଚଳିତ ମାସ ଶେଷ ସୁଦ୍ଧା ଆନ୍ଦୋଳନର ଚୁଡାନ୍ତ ନିଷ୍ପତି ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ବୈଠକ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ବିଶିକେଶନ ସାହୁ, ସୁଶାନ୍ତ ପଣ୍ଡିତ, ଦୀପକ୍ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here