ଚିତ୍ରାଳୟ ମାଲିକ ସଂଘର ବୈଠକ

0
200

ବ୍ରହ୍ମପୁର,୨୦/୦୯/୨୦୨୧ :ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର କୋଭିଡ୍ ପରବର୍ତ୍ତୀ ପ୍ରଥମ ବୈଠକ ସ୍ଥାନୀୟ ଗୋସାଇଁ ନୂଆଗାଁ ମା’ କାଳୁଆ ହୋଟେଲ୍ ସଭାକକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କରୋନା ମହାମାରୀ ହେତୁ ରୋଜଗାର ହରେଇ ବସିଥିବା ଚିତ୍ରାଳୟ ମାଲିକ ମାନଙ୍କୁ ଅତ୍ୟନ୍ତ ଦମ୍ଭ ଓ ସାହସର ସହ ଅଭାବ ଅସୁବିଧାକୁ ମୁକାବିଲା କରିବା ପାଇଁ ସଂଘ ଲୋକ ସମ୍ପର୍କ ଅଧିକାରୀ ସୁଦୀପ୍ ସାହୁ ପରାମର୍ଶ ଦେଇଥିଲେ । ଉପସଭାପତି ଧ୍ରୁବ କୁମାର ପାତ୍ର ଚିତ୍ରାଳୟ ସଂସ୍ଥା ସମୂହର ଦୟନୀୟ ସ୍ଥିତି ଉପସ୍ଥାପନ ସହ ଉଦବେଗ ପ୍ରକାଶ କରିଥିଲେ । ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସରକାରୀ ଗାଇଡ ଲାଇନ ଅନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରିଥିଲେ ।ସର୍ବଶ୍ରୀ ସୁବାସ ପାତ୍ର, ଚନ୍ଦ୍ର ଶେଖର ବଡୁ, ରାଜେନ୍ଦ୍ର ମିଶ୍ର, ରମେଶ ପଳେଇ, ମନୋଜ ବରଡ, ଶରତ ଚନ୍ଦ୍ର ପାଢ଼ୀ, ଗୌରହରି ସାବତ, ଆଦିତ୍ୟ ପଟ୍ଟନାୟକ, ଯୋଗେନ୍ଦ୍ର ପ୍ରଧାନ, ଦଣ୍ଡପାଣି ନାୟକ, ରଜନୀ କାନ୍ତ ପ୍ରଧାନ, ଅରୁଣ ସାହୁ, ବିଶ୍ଵେଶ୍ୱର ସାହୁ, ବିରେନ୍ ପାଢ଼ୀ, ଗୌରୀ ମିଶ୍ର, ଗୀତା ସ୍ୱାଇଁ ପ୍ରମୁଖ ବହୁ ଚିତ୍ରାଳୟ ମାଲିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ଦିଗପହଣ୍ଡିର ଜନୈକ ଚିତ୍ରାଳୟ ମାଲିକ୍ ଅରକ୍ଷିତ ରାଓଙ୍କ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ସଂଘ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here