ଟ୍ରକ ଧକ୍କାରେ ଯୁବକର ମୃତ୍ଯୁ

0
245

ଶେରଗଡ଼,୦୯/୧୦/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶୁକ୍ରବାର ସନ୍ଧ୍ୟା ଘ.୬.୩୦ମି ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଏସ. ବି. ଆଇ ବ୍ୟାଙ୍କ ନିକଟରେ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାରପାଣି ଗ୍ରାମପଂଚାୟତ ର ବାରସିଙ୍ଗି ଗ୍ରାମର ବିଘ୍ନେଶ୍ୱର ଗୌଡ଼ (୨୯) ନାମକ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଶେରଗଡ଼ରୁ ଚିକିଲି ଅଭିମୁଖେ ଯାଉଥିବା ସମୟରେ,ସିମେଣ୍ଟ ଢାଳି ଆସୁଥିବା ଏକ ଟ୍ରକ (OR07E 8427 )ବିଘ୍ନେଶ୍ଵରକୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବିଘ୍ନେଶ୍ୱର ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପଟରେ ଟ୍ରକ ଟି ଧକ୍କାଦେଇ ଦ୍ରୁତ ଗତିରେ ଫେରାର ହୋଇଯାଉଥିବା ସମୟରେ କାଳଷଣ୍ଡପୁର ଠାରେ କିଛି ସମାଜସେବୀଙ୍କ ଦ୍ୱାରା ଡ୍ରାଇଭର କୁ ଧରାଯାଇ ଗିରଫ କରାଯାଇଛି।ଶେରଗଡ ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ଶବକୁ ଜବତ କରି ଆସିକା ଡାକ୍ତରଖାନାକୁ ବ୍ଯବଛେଦ ପାଇଁ ପଠାଇବା ସହ ଅପମୃତ୍ଯୁ ମାମଲା ରୁଜୁ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here