୧୪ ଦଫା ଦାବି ପୂରଣ ପାଇଁ ବ୍ରହ୍ମପୁର ବିସିସି ବ୍ୟାଙ୍କ ସମ୍ମୁଖରେ ଧାରଣା

0
369

ବ୍ରହ୍ମପୁର,୨୨/୧୧/୨୦୨୧: ବ୍ରହ୍ମପୁର ବିସିସି ବ୍ୟାଙ୍କ ସମ୍ମୁଖରେ ପ୍ରାଥମିକ ସମବାୟ ସମିତି କର୍ମଚାରୀଙ୍କ ୧୪ ଦଫା ଦାବି ପୂରଣ ପାଇଁ ଧାରଣା । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଉପଯୋଗୀ ଯୋଜନାକୁ କୃଷକଙ୍କ ନିକଟରେ ପହଞ୍ଜଚାଇବା ପାଇଁ ପ୍ରାଥମିକ ସମବାୟ ସମିତି ସମ୍ପାଦକଙ୍କ ଭୂମିକା ଅତୁଳନୀୟ । ତଳ ସ୍ତରରେ ଚାଷୀଙ୍କ ସହ ଜଡିତ ରହିବା ସହ ସେମାନଙ୍କୁ ସରକାର ଦେଉଥିବା ପ୍ରତିଟି ଟାର୍ଗେଟ ପୂରଣ କରୁଛନ୍ତି । ଏହା ପରେ ମଧ୍ୟ ଏହି କର୍ମଚାରୀମାନେ ଦୀର୍ଘ ୧୦ ବର୍ଷ ହେଲା ତାଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବାକୁ ଦାବି କରି ଆସୁଛନ୍ତି କିନ୍ତୁ ତାହା ସରକାର ଶୁଣିବାକୁ ନାରାଜ । ସଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବ ପରିବର୍ତ୍ତେ ସରକାର ବର୍ତ୍ତମାନ ସେହି ସ୍ଥାନରେ ନୂତନ କର୍ମଚାରୀଙ୍କ ପାଇଁ ପଦବୀ ଥିବା ଦର୍ଶାଇ ଛନ୍ତି । ସେହି ଯାଗାରେ ନୂତନ କାର୍ଯ୍ୟ ନିର୍ବାହି କର୍ମଚାରୀ ନିଯୁକ୍ତି ପାଇଂ ସରକାର ପ୍ରସ୍ତାବ ଦେଇଛନ୍ତି । ଏହାକୁ ରଦ୍ଦ କରିବା ସହ କର୍ମ କ୍ଷେତ୍ରରେ ଦେଖାଦେଉଥିବା ଅନେକ ଅସୁବିଧାର ସମାଧାନ ପାଇଁ ଦାବି କରିଛି ଏହି ସଂଘ । ପୂର୍ବରୁ ଏ ନେଇ ରାଜ୍ୟ ସମବାୟ ସମ୍ପାଦକ ମହାସଂଘର ଡକରା କ୍ରମେ ସମସ୍ତ ସଦସ୍ୟ ଜିଲ୍ଲାର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଏକ ଦାବିପତ୍ର ଉପ ନିବନ୍ଧକଙ୍କୁ ପ୍ରଦାନ କରିଥିଲେ । ସେହିପରି ଆଜି ସମସ୍ତ ସଦସ୍ୟ ନିଜ ନିଜ କେନ୍ଦ୍ରୀୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବା ସହ ବ୍ୟାଙ୍କର ସମବାୟ ସମ୍ପାଦକଙ୍କ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ଅଧିନରେ ଯାଉଥିବା ଗଞ୍ଜାମ ଗଜପତି ଜିଲ୍ଲାର ୨୫୦ରୁ ଉର୍ଦ୍ଧ କର୍ମଚାରୀ ବ୍ୟାଙ୍କ ସମ୍ମୁଖରେ ବସିବା ସହ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ସଂଘର ଗଞ୍ଜାମ ଜିଲ୍ଲା ସଭାପତି ସିତାରାମ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ନବ ପାଢୀ, ସୁଶୀଲ ସାହୁ, ଡମ୍ବୁରୁ ସାସମଲ, ବିନୋଦ ସାହୁ, କାମନା ସେଠୀ,ବୁଲା ଡାକୁଆ, ପଦ୍ମ ଗୌଡ, ଅଶୋକ ପ୍ରଧାନ, ବିନୋଦ ପଣ୍ଡା, ଦ୍ୱାରୀକା ନାୟକ, ଦୀନବନ୍ଧୁ ରେଡ୍ଡୀଙ୍କ ସମେତ ସମସ୍ତ ସମ୍ପାଦକମାନେ ଉପସ୍ଥିତ ଥିଲେ । ସରକାର ସମ୍ପାଦକମାନଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here