ଦୁର୍ଘଟଣାରେ ଆହତଙ୍କ ଚିକିତ୍ସାଧୀନ ମୃତ୍ୟୁ ପରେ ପାର୍ଥିବ ଶରୀରକୁ ଭିଟାମାଟିକୁ ଆଣିଲା ଓଡ଼ିଶା ମୋ ପରିବାର

0
216

ବ୍ରହ୍ମପୁର , ୨୩/୧୧/୨୦୨୧: ପାଟପୁର ଥାନା ଅଞ୍ଚଳ ଛଣମେରୀ ପଞ୍ଚାୟତର ଧର୍ମପୁର ନିବାସୀ ଆର୍ ଗଣପତି ଦୋରା ଗତ ୧୪ ତାରିଖରେ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ନିରୀହ ଗରିବ ୬୫ ବର୍ଷ ବୟସ୍କ ଗଣପତିଙ୍କ ଚିକିତ୍ସା ନିମିତ୍ତ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ରେଫର୍ କରିଥିଲେ । ବ୍ରହ୍ମପୁର ଡାକ୍ତରଖାନାରେ ଉପକୁକ୍ତ ଚିକିତ୍ସା ସୁବିଧା ନଥିବା ଯୋଗୁଁ ଡାକ୍ତର ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସୋମବାର ଦିନ ମୃତ୍ୟୁ ଘଟିଥିବା ବେଳେ ମରଶରୀରକୁ ଭିଟାମାଟିକୁ ଆଣିବା ଖର୍ଚ୍ଚ ନଥିବା ଗଣପତିଙ୍କ ପରିଜନ ଚିନ୍ତିତ ହୋଇପଡ଼ିଥିଲେ । ସ୍ଥାନୀୟ ନେତୃମଣ୍ଡଳୀଙ୍କ ଦ୍ଵାରା ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ଏ ନେଇ ଅବଗତ ପରେ ଜିଲ୍ଲା ପ୍ରଶାସନ ସହ ଜୋଗାଯୋଗ କ୍ରମେ ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ସୌକନ୍ୟରୁ ପାର୍ଥିବ ଶରୀରକୁ ଆଜି ଧର୍ମପୂର ଅଣାଯିବାର ବ୍ୟବସ୍ଥା କରାଯାଇଥିଲା । ନନ୍ଦିନୀ ଦେବୀଙ୍କ ନିର୍ଦ୍ଦେଶ ମତେ ଆଜି ବର୍ଷାମୁଖର ସନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତଙ୍କ ସହ ପୂର୍ବତନ ଜିଲା ପରିଷଦ ସଭ୍ୟ ଓମ୍ ପ୍ରସାଦ ସାହୁ , ବ୍ଲକ୍ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ଛାତ୍ର ବିଜେଡିର ସୁଶାନ୍ତ ବଦତ୍ୟା , ଛଣମେରୀର ପୂର୍ବତନ ସରପଂଚ ବିଜୟ ପ୍ରଧାନ , ସନ୍ତୋଷ ଦୋରା , ଗରିବ ରାଉତ , ଡି ସନ୍ତୋଷ ଦୋରା ପ୍ରମୁଖ ଧର୍ମପୁରରେ ପହଞ୍ଚି କଟକରୁ ଆସୁଥିବା ମୃତ ଶରୀରକୁ ଶେଷ ସମ୍ମାନ ଜଣାଇବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶୋକାକୁଳ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ଼ ଶ୍ରୀନିବାସ ବେହେରା ଧର୍ମପୂରରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ସଂତପ୍ତ ପରିବାରକୁ ଆବଶ୍ୟକୀୟ ପ୍ରଶାସନିକ ସୁବିଧା ଉପଲବ୍ଧ କରାଇବାକୁ ସମ୍ମତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here