ପାତ୍ରପୁର,୦୯/୦୧/୨୦୨୨: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ପଞ୍ଚାୟତକୁ ବିଧାୟିକା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଥିଲେ। ବିଧାୟିକା ଶ୍ରୀମତୀ ଉଷାଦେବୀ ଅପରାହ୍ନରେ ଜୟନ୍ତୀପୁର ଗ୍ରାମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧିନରେ ପ୍ରାୟ ୪ କୋଟି ୬୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଜୟନ୍ତୀପୁର ପୂର୍ତ୍ତ ରାସ୍ତା ଠାରୁ ତୁଟିପୁର ପ୍ରାୟ ୭ କିମି ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଜୟନ୍ତୀପୁର ଗ୍ରାମ ସ୍ଥିତ ପଞ୍ଚାୟତ ଗୋଦାମ ଗୃହ, ବେବର୍ତ୍ତା ସାହି ତେଲୁଗୁ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୃହ ସହିତ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ। ସେହିପରି କେଶିରୀପଡା ପଞ୍ଚାୟତ ତୁଟିପୂର ଠାରେ ନିର୍ମିତ ଗ୍ରାମ କୋଠଘର ଓ କେଆର ପୁର ଠାରେ ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିଓ ଚୈତନ୍ୟ ବେହେରା, କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମଲ୍, ଠିକାଦାର ଦିବାକର ପାଣିଗ୍ରାହୀ, ଜୟନ୍ତୀପୁର ସରପଞ୍ଚ ଭଗବାନ ସେଠୀ, ସମିତି ସଭ୍ୟ ଆଇ କମଲା, ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ, ବ୍ଳକ ଯୁବ ବିଜେଡ଼ି ସଭାପତି ଜେ ଧର୍ମା ରେଡ୍ଡୀ, ଜନାର୍ଦ୍ଦନ ସାହୁ,ଆଇ ଦୁର୍ଯୋଧନ ରେଡ୍ଡୀ,ତିମ୍ମାଋଷି,ଓ ଗୋପାଲ, ଆର୍ ପୁରୁଷୋତ୍ତମ ଓ ଆର୍ ମାଧାବ ନାୟୁଡୁ ପ୍ରମୁଖଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
ରିପୋର୍ଟ- ଆଲୁ ଜୟ ପ୍ରକାଶ
(ପାତ୍ରପୁର ବ୍ଳକ ପ୍ରତିନିଧି)
Home ବ୍ରହ୍ମପୁର ସ୍ପେଶାଳ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା ଶ୍ରୀମତୀ ଉଷା ଦେବୀ।