ବୁଗୁଡା ବ୍ଲକ ବକ୍ସିପଲ୍ଲୀ ଗ୍ରାମର ଯୁବକଙ୍କ ଆନ୍ଧ୍ରପ୍ରଦେଶର ସଡକ ଦୁର୍ଘଟଣାରେ ମୃତ୍ୟୁ

0
537

ବୁଗୁଡା, ୦୮/୦୧/୨୦୨୨: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ଗ୍ରାମର ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କ ଆନ୍ଧ୍ର ପ୍ରଦେଶରେ ଏକ ସଡକ ଦୁର୍ଘଟଣାରେ ଜାନୁଆରୀ ୦୮ ତାରିଖ ପୂର୍ବାହ୍ନରେ ପ୍ରାଣ ହରାଇଥିବା ଜଣାପଡିଛି। ଖବର ନେବାରେ ଜଣାପଡ଼ିଛି ଯେ ବକ୍ସିପଲ୍ଲୀ ଗ୍ରାମର ଭିକାରୀ ସ୍ବାଇଁଙ୍କ ୨୨ ବର୍ଷର ପୁଅ ନିଲୁ ସ୍ବାଇଁ ଆନ୍ଧ୍ର ପ୍ରଦେଶରେ କମ୍ପାନୀରେ କାମକରୁଥିଲେ। ସକାଳେ କମ୍ପାନୀକୁ ନିଜ ବାଇକ ହିରୋହଣ୍ଡା ସ୍ପେଲେଣ୍ଡର ଓଆର ୦୨ ଏଏମ ୮୨୫୩ ବାଇକରେ ହାଉଥିବା ବେଳେ ବିଜୟୱାଡା ନିକଟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ବର୍ଗତ ନିଲୁଙ୍କ ପରିବାର ବର୍ତ୍ତମାନ ଭୁବନେଶ୍ୱର, ବାଜପେୟୀ ନଗର, ସାଲିଆ ସାହି ରେ ରହୁଥିବା ଜଣାପଡ଼ିଛି। ନିଲୁଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ଅନ୍ତରପଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଭୋଳ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here