୭ଟି ପର୍ଯ୍ୟାୟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ, ମାର୍ଚ୍ଚ ୧୦ ରେ ଫଳାଫଳ

0
471

ନୂଆଦିଲ୍ଲୀ,୦୮/୦୧/୨୦୨୨:ଆଜି ନିର୍ବାଚନ କମିଶନ ୫ଟି ରାଜ୍ୟ ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତେବେ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଏଥର ୭ଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ଫେବୃଆରୀ ୧୦ରୁ ଉତ୍ତପ୍ରଦେଶରେ ଭୋଟ ପଡିବା ସହିତ ଏହାର ଆରମ୍ଭ ହେବ ।
ଅନ୍ୟପଟେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଭୋଟ୍ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ।ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ।ସେହିପରି ୧୪ ଫେବୃଆରୀରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ ଭୋଟ ପଡିବ । ଏବଂ ମଣିପୁରରେ ଫେବୃଆରୀ ୨୭,ମାର୍ଚ୍ଚ ୩ ତାରିଖରେ  ବିଧାନସଭା ନିର୍ବାଚନ୍ ଭୋଟ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here