କେନ୍ଦ୍ର ଜଳ, ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେସର ଟୁଡୁ ଙ୍କ ଦିନିକିଆ ଗଜପତି ଗସ୍ତ

0
411

ପାରଳାଖେମୁଣ୍ଡି,୧୦/୦୧/୨୦୨୨:
(ପ୍ରଭାତ କୁମାର ପାତ୍ର) କେନ୍ଦ୍ର ସରକାରଙ୍କ ଜଳ, ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେସର ତୁଡୁ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ ରେ ଆସି ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ପହଞ୍ଚି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି , ଆଦିବାସୀ ଙ୍କ ଶିକ୍ଷା ବିକାଶ ହେଲେ ଆଦିବାସୀ ମାନଙ୍କ ସମ୍ପୃର୍ଣ୍ଣ ବିକାଶ ହୋଇ ପାରିବ ତାଙ୍କୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବରେ ରହିଥିବା କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଜିଲ୍ଲାରେ ଉନ୍ନତ ମାନର ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ କରୁଛନ୍ତି , ତତ୍ ସହିତ ଆଦିବାସୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି ପାଇଁ ସ୍ବତନ୍ତ୍ର ବଜାରର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ବେସର ତୁଡୁ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ସମେତ ଅନେକ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ । ସମାନ ଭାବରେ ଏହି କାର୍ଯ୍ୟକ୍ରମ ପରେ ଏକ ସାଧାରଣ ସଭା ଏବଂ ଜିଲ୍ଲାରେ ଆଦିବାସୀ ମାନଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ କୈାଣସି କାରଣ ବସତଃ କାର୍ଯ୍ୟକ୍ରମ କୁ ବାତିଲ କରି କୋରାପୁଟ ଅଭିମୁଖେ ମନ୍ତ୍ରୀ ଚାଲି ଯାଇଥିଲେ।।

LEAVE A REPLY

Please enter your comment!
Please enter your name here