ଖବର ପ୍ରସାରଣ ପରେ କୋଦଳା ପୂର୍ତ୍ତବିଭାଗ ରାସ୍ତା କଡରେ ଥିବା ଶୁଖିଲା ଗଛକୁ କାଟିଲା ପ୍ରଶାସନ

0
250

ବ୍ରହ୍ମପୁର,୦୫/୦୨/୨୦୨୨ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିକଟସ୍ଥ ଖଲ୍ଲିକୋଟ-ଆସ୍କା ମୁଖ୍ୟ ରାସ୍ତା ଗ୍ଯାସ ଡିପୋ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶୁଖିଲା ଗଛକୁ କାଟିଲା ପ୍ରଶାସନ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଛ କଟାଯାଇଛି । ଯାତାୟତ ରାସ୍ତା ଉପରେ ଥିବା କଥା ଗତ କାଲି ଖବର ପ୍ରକାଶ ପାଇଥିଲା । ଆଜି କୋଦଳା ତହସିଲଦାର ସୁଶ୍ରୀ ସସ୍ମିତା ଶତପଥୀ ଙ୍କ ଉପସ୍ଥିତରେ ଗଛ କଟାଯାଇଛି । ଏହି ରାସ୍ତା ଦେଇ ଦୈନଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିବା କଥା ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here