ବ୍ରହ୍ମପୁର ଟ୍ରକ ମାଲିକ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ।

0
278

ବ୍ରହ୍ମପୁର , ୨୨/୦୨/୨୦୨୨ :ଆଜି
ଗୋଷାଣୀନୂଆଗାଁ ସ୍ଥିତ ଗୋପାଳ କୃଷ୍ଣ ରଙ୍ଗମଞ୍ଚ ଠାରେ ବ୍ରହ୍ମପୁର ଟ୍ରକ ମାଲିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ସଭାପତି ଭାବେ ସର୍ବଶ୍ରୀ କାମନା ପାଢ଼ୀ , ଉପସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି , ସଂପାଦକ ଭାବେ ଅନୀଲ କୁମାର ପାତ୍ର , ସହ ସଂପାଦକ ଭାବେ ରଶ୍ମିକାନ୍ତ ନାୟକ , କୋଷାଧ୍ୟକ୍ଷ ଭାବେ ଧ୍ରୁବ ଚରଣ ପ୍ରଧାନ ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ବିଭୂତି ଭୂଷଣ ପାତ୍ର , ଶଙ୍କର ବିଷୋୟୀ , କେ.ଶ୍ରୀନିବାସ , ନୃସିଂହ ଚରଣ ସାହୁ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । ଶପଥ ପାଠ ପରେ ସଭାପତିଙ୍କ ଦ୍ଵାରା ଆୟୋଜିତ ପ୍ରଥମ ସମ୍ଭାଷଣରେ ସଂଘ ଗଠନର ଉଦ୍ଦେଶ୍ୟକୁ ନେଇ ସଦସ୍ୟଙ୍କ ସହ ସଂଘକୁ ଉଚିତ ମାର୍ଗରେ ପରିଚାଳନା କରିବା , ମଲିକ ସଂଘର କାର୍ଯ୍ୟକଳାପକୁ ନେଇ ଉଚିତ ନ୍ୟାୟ ବ୍ୟବସ୍ଥା କରାଯିବା ସହିତ ସମଭାବାପନ୍ନ ଭାବରେ ସଦସ୍ୟଙ୍କ ପାଇଁ ନିୟମିତ ଲୋଡ ବ୍ୟବସ୍ଥା କରାଇବାକୁ ମତବ୍ୟକ୍ତ କରାଯାଇଥିଲା । ପରିଶେଷରେ ନୂତନ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ଅଧିକାରୀଙ୍କୁ କରତାଳି ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here