ବୁଗୁଡା, ୦୩/୦୩/୨୦୨୨: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର ପାଇଁ ବୋଧହୁଏ ୧୯୯୨ ମସିହାରେ ନଗରପାଳ ପଦବୀ ପାଇଁ ଦଳୀୟ ଭିତ୍ତିରେ ଜନସାଧାରଣ ସିଧାସଳଖ ଭୋଟ ଦେଇଥିଲେ। ସେହି ନିର୍ବାଚନରେ ବୁଗୁଡା ଏନଏସି ନଗରପାଳ ପଦବୀ ପାଇଁ କଂଗ୍ରେସ ପକ୍ଷରୁ ଉନା ରଘୁନାଥ ପାତ୍ର ଓ ଜନତା ଦଳ ପକ୍ଷରୁ କାଶୀନାଥ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ଜନସାଧାରଣ ସିଧାସଳଖ ଭୋଟ ଦେଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଉନା ରଘୁନାଥ ପାତ୍ର ବିଜୟୀ ହୋଇଥିଲେ। ପୁନର୍ବାର ୨୦୨୨ ମସିହାରେ ନଗରପାଳ ପାଇଁ ଦଳୀୟ ଭିତ୍ତିରେ ସିଧାସଳଖ ଜନସାଧାରଣ ଭୋଟ ଦେବାକୁ ଯାଉଛନ୍ତି। ବୁଗୁଡା ଏନଏସି ର ନଗରପାଳ ଭାବେ ଚିତ୍ରସେନ ପ୍ରଧାନ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଚିତ୍ରସେନ ପ୍ରଧାନ ବୁଗୁଡା ଏନଏସି ର ଉପନଗରପାଳ ଥାଇ ଅତି ଲୋକପ୍ରିୟ ନେତାଭାବେ ପରିଚିତ ଥିଲେ। ଚିତ୍ରସେନ ପ୍ରଧାନ ଙ୍କୁ ନଗରପାଳ ପ୍ରାର୍ଥୀଭାବେ ଘୋଷଣା ପରେ ବିଜୁ ଜନତା ଦଳ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା





