ଜାନିବିଲି ଜଳ ପ୍ରକଳ୍ପ : ବ୍ରହ୍ମପୁରବାସୀ ଙ୍କୁ ପ୍ରଥମେ ମୂଖ୍ୟମନ୍ତ୍ରୀ ଭୂଆଁ ବୁଲେଇଲେ, ଏବେ ସରକାରୀ ଅଧିକାରୀ ଚୁନ ଲଗାଉଛନ୍ତି।

0
667

ବ୍ରହ୍ମପୁର,୦୩/୦୩/୨୦୨୨: ବ୍ରହ୍ମପୁର ସହର ର ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ରାଜ୍ୟ ସରକାର ଜାନିବିଲି ଜଳ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ୨୦୧୬ ମସିହାରେ ଚେନ୍ନାଇ ସ୍ଥିତ ଏଲ ଆଣ୍ଡ ଟି କମ୍ପାନୀ ସହ ଚୁକ୍ତିନାମା କରି ୨ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଓ୍ବାର୍କ ଅର୍ଡର ରେ ନିର୍ଦ୍ଦେଶ ରହିଥିଲା। ଯାହାକି ଆଜି ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଅଧାପନ୍ତରିଆ ଥିବା ଏହି ପ୍ରକଳ୍ପ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରି ବ୍ରହ୍ମପୁର ବାସୀ ଙ୍କୁ ଭୂଆଁ ବୁଲେଇ ଦେଇଥିଲେ।ଏବେ କିନ୍ତୁ ସରକାରଙ୍କ ନଗର ଉନ୍ନୟନ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଠାରୁ ଆରମ୍ଭ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ ବ୍ରହ୍ମପୁର ସହରବାସୀ ଙ୍କୁ ଦିନଦ୍ବିପ୍ରହର ରେ ଭୂଆଁ ବୁଲେଇ ଦେଉଛନ୍ତି। ଏମିତି ଏକ ଘଟଣା ର ନଜରକୁ ଆସିଛି।ଘଟଣା ରୁ ପ୍ରକାଶ ଯେ, ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ଉନ୍ନତିକରଣ ପାଇଁ ଜାନିବିଲି ଜଳ ପ୍ରକଳ୍ପ ସଂପାଦନ କାର୍ଯ୍ୟ ଠିକା କମ୍ପାନୀ ଏଲ ଆଣ୍ଡ ଟି କମ୍ପାନୀ ସହ ୨୦୧୬ ମସିହାରେ ଚୁକ୍ତିନାମା କରାଯାଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ ଠିକା କମ୍ପାନୀ ଏଲ ଆଣ୍ଡ ଟି କମ୍ପାନୀ ସର୍ଭେ, ଡିଜାଇନ, ନକ୍ସା ପ୍ରସ୍ତୁତ କରି କାର୍ଯ୍ୟ ସମ୍ପାଦନା କରିବା ପାଇଁ ସର୍ତ୍ତ ରଖାଯାଇଥିଲା।ଉକ୍ତ ଚୁକ୍ତିପତ୍ର ରେ ଯେଉଁ ଅଞ୍ଚଳ, ବସ୍ତି, ସାହିରେ ଜଳଯୋଗାଣ ପାଇପ ବିଛା ଯାଇନାହିଁ ଏବଂ ଯେଉଁ ଅଞ୍ଚଳରେ ପିଭିସି ଏବଂ ଦୁର୍ବଳ ବା ପୁରୁଣା ପାଇପ ଅଛି,ସେହି ପାଇପ ବଦଳରେ ନୂଆ ଡି.ଆଇ ପାଇପ ବିଛାଇବା ପାଇଁ ସର୍ତ୍ତାବଳୀ ରଖାଯାଇଥିବା ସ୍ଥଳେ, ଏଲ ଆଣ୍ଡ ଟି ର ଠିକା ଚୁକ୍ତିନାମା ବଳବତ୍ତର ରହିଥିବା ଅବସ୍ଥାରେ ପୁଣି ଥରେ ପିଭିସି ପାଇପ ବଦଳରେ ନୂଆ ଡି.ଆଇ ପାଇପ ବିଛାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପୁଣି ଅନ୍ୟ ଏକ ଠିକାଦାର ନଳୀନି କୁମାର ସ୍ବାଇଁ ଙ୍କ ସହ ୭ କୋଟି ୬୪ ଲକ୍ଷ ଟଙ୍କା ର ଚୁକ୍ତିନାମା ଗତ ଡିସେମ୍ବର ୪ତାରିଖରେ ସମ୍ପାଦନ କରାଯିବା ପଛରେ କଣ ସ୍ବାର୍ଥ ରହିଛି। ଯାହାକି ଜନସାଧାରଣ ଙ୍କ ଟିକସ ଅର୍ଥ କୁ ଲୁଟ କରିବାର ଏହା ଏକ ଅଭିନବ ପ୍ରୟାସ ନୁହେଁ କି? ଏଠାରେ ପ୍ରଶ୍ନବାଚୀ ଯେ, ଠିକା କମ୍ପାନୀ ଏଲ ଆଣ୍ଡ ଟି ପାଇପ ଲାଇନ ବିଛାଇବା କାମ ନକରି ବିଲ୍ ଦିଆଯିବା ମସୁଧା ଚାଲିଛି କି? ନତୁବା ସହର ମଧ୍ଯ ଭାଗରେ କଂକ୍ରିଟ ରୋଡ କାଟି, ଟ୍ରାଫିକ ନିୟନ୍ତ୍ରଣ କୁ ସମ୍ମୁଖୀନ ହେବା,ବିଜୁଳି ଖୁଣ୍ଟ କୁ ସୁରକ୍ଷିତ ରଖି ଅଣ ଓସାରିଆ ରାସ୍ତାରେ ଜେସିବି ମେସିନ ପରିବର୍ତ୍ତେ ଶ୍ରମିକ ଦ୍ବାରା ପାଇପ ଲାଇନ ବିଛାଇବା କାର୍ଯ୍ୟ ପାଇଁ ଅଧିକ ଖର୍ଚ୍ଚାନ୍ତ କୁ ଏଡାଇବା ଅଭିସନ୍ଧି ରଖି ଏଲ ଆଣ୍ଡ ଟି ସହର ମଧ୍ୟରେ ପାଇପ ବିଛାଇବା କାର୍ଯ୍ୟ ନକରି ସହର ରେ ଗଢି ଉଠୁଥିବା ନୂତନ ପ୍ଲଟ ରାସ୍ତାରେ ଯେଉଁ ଠାରେ ଜନବସତି ନାହିଁ, ସେଠାରେ ମାଟି ଖୋଳି ସ୍ବଳ୍ପ ଖର୍ଚ୍ଚାନ୍ତ ରେ ପାଇପ ବିଛାଇ ଦେଇଛି।ଏତତ୍ ବ୍ୟତୀତ ପ୍ଲଟ ବେପାରୀ ଙ୍କ ସହ ସଲାସୁତୁରା କରି ପ୍ଲଟ ବେପାରୀ ଙ୍କ ପ୍ଲଟ ଦର ବଢାଇବା ପାଇଁ ସେମାନଙ୍କ ଅଞ୍ଚଳରେ ପାଇପ ଲାଇନ ବିଛାଇବା କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି।ଜନସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ଏପରି ଜନସାଧାରଣ ଙ୍କ ଟିକସ ଅର୍ଥ ଦିନଦ୍ବିପ୍ରହର ଲୁଟ ହେଉଛି।
ସର୍ବଦା ବ୍ରହ୍ମପୁର ସହରର ବିକାଶ ମୋର ଦାୟିତ୍ବ ବୋଲି ଡିଣ୍ଡିମ ପିଟୁଥିବା ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ
ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣ୍ମତା ପ୍ରହସନ ପାଲଟିଛି।ଯଦି ବେଳ ଥାଉ ଥାଉ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ମହାନଗର ନିଗମ ଭୋଟରେ ବ୍ରହ୍ମପୁର ବାସୀ ଉଚିତ ଜବାବ ଦେବେ।

LEAVE A REPLY

Please enter your comment!
Please enter your name here