ଚିଙ୍ଗୁଡିଖୋଲ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ

0
175

ବ୍ରହ୍ମପୁର,୧୧/୦୩/୨୦୨୩ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସୁନିତା କୁମାରୀ ମଳିକ ଗୁରୁବାର ବିଧିବଦ୍ଧ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ସରପଞ୍ଚ ଶ୍ରୀମତୀ ମଳିକଙ୍କୁ ପିଇଓ ଶ୍ରୀ ସୁଧୀର କୁମାର ମହାରଣା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ପିଇଓ ଶ୍ରୀ ସୁଧୀର କୁମାର ମହାରଣା ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସୁନିତା କୁମାରୀ ମଳିକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ବୁଲାଇ ଦେଖାଇଥିଲେ ଏବଂ ସରପଞ୍ଚ ଦାୟିତ୍ଵ ଗ୍ରହଣ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସରପଞ୍ଚ ଶ୍ରୀମତୀ ମଳିକ ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଦୀପ କୁମାର ମଳିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here