ଉଭୟ ସାନଖେମୁଣ୍ଡି ଓ ଧରାକୋଟ ସମିତି ଦାଖଲ କଳା ବିଜେଡି

0
1016

ବ୍ରହ୍ମପୁର, ୧୩/୦୩/୨୦୨୨: ସଦ୍ୟ ସମାପ୍ତ ହୋଇଥିବା ପଂଚାୟତ ସମିତି ଅଧକ୍ଷ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ଅଧକ୍ଷ ପଦବୀ ବିଜେଡି ଅକ୍ତିଆରକୁ ଯାଇଥିବା ସୂଚନା ରହିଅଛି । ଧରାକୋଟ ପଞ୍ଚାୟତର ସମିତିସଭ୍ୟା ଭାବରେ ନିର୍ବାଚିତ ହୋଇଥିବା ଧରାକୋଟ ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ସମିତି ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ସେହିପରି ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ଭାବେ ପଟିଗୁଡା ପଂଚାୟତ ସମିତିସଭ୍ୟ ସିମାଞ୍ଚଳ ପାତ୍ର ନିର୍ବାଚିତ ହୋଇଥିବା ଜଣାଯାଇଛି । ଉଭୟ ବ୍ଲକରେ ନିର୍ବାଚନୀ ପ୍ରକ୍ରିୟା ଚାଲିଥିବାରୁ ସପକ୍ଷ ଓ ବିପକ୍ଷ ଭୋଟ ନେଇ ସଠିକ୍ ସୂଚନା ନଥିଲେ ମଧ୍ୟ ଉଭୟ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଅଞ୍ଚଳ ବିଜେଡି ସମର୍ଥକଙ୍କ ମନୋବଳକୁ ଦୃଢ଼ କରିଛି । ଏହି ପରିପ୍ରେକ୍ଷୀରେ ବ୍ଲକ୍ ସଭାପତି ନୀଳମାଧବ ରାଉତ ଏବଂ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ନିର୍ବାଚନ ମଣ୍ଡଳୀ ଜନସାଧାରଣ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଆସନ୍ତା ଦିନର ଅଞ୍ଚଳ ବିକାଶରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here