ବୁଗୁଡା : ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ୪ ଜଣ ଅଧ୍ୟକ୍ଷ ପ୍ରାର୍ଥୀ

0
231

ବୁଗୁଡା, ୧୪/୦୩/୨୦୨୨ : ବୁଗୁଡା ଅଧୁସୂଚୀତ କ୍ଷେତ୍ର ପରିଷଦ (ଏନଏସି) ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ବୁଗୁଡା ଏନଏସି ନିର୍ବାଚନ ଅଧିକାରୀ ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ପଦବୀ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ରହିଅଛି। ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଧ୍ୟକ୍ଷ ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଚିତ୍ରସେନ ପ୍ରଧାନ(ଶଙ୍ଖ), ସ୍ୱାଧୀନ ପ୍ରାର୍ଥୀ ଭାବେ ଡି.ରେଶମା ପାତ୍ର(ଡଙ୍ଗା), ବିଜେପି ପ୍ରାର୍ଥୀ ଭାବେ ପ୍ରତାପ ଚନ୍ଦ୍ର ନାୟକ(ପଦ୍ମ) ଓ କଂଗ୍ରେସ ପ୍ରାର୍ଥୀ ଭାବେ ସୀମାଞ୍ଚଳ ଖଟେଇ(ହାତ) ଏହି ଚାରିଜଣ ନିର୍ବାଚନ ମଇଦାନ ରେ ଲଢେଇ କରିବେ। ସେହିପରି ୧ ନଂ ୱାର୍ଡ ( ଅନୁସୂଚିତ ଜାତି ମହିଳା) ବିଜେଡି ରୁ ଟିକିନା ସେଠୀ ଓ ବିଜେପି ରୁ ବବିତା ନାଇକ । ୨ ନଂ ୱାର୍ଡ (ଅନୁସୂଚିତ ଜାତି) ବିଜେଡି ରୁ ବିନୋଦିନି ନାଇକ ଓ ବିଜେପି ରୁ ସନ୍ଧ୍ୟାରାଣୀ ବେହେରା । ୩ ନଂ ୱାର୍ଡ (ସାଧାରଣ) ବିଜେଡ଼ି ରୁ ପୂଜାରାଣୀ ପାଣିଗ୍ରାହୀ ଓ ବିଜେପି ରୁ ଡି ରେଶମା ପାତ୍ର । ୪ ନଂ ୱାର୍ଡ (ମହିଳା) ବିଜେଡି ରୁ ସସ୍ମିତା କୁମାରୀ ଜେନା ଓ ବିଜେପି ରୁ ସସ୍ମିତା ଡାକୁଆ । ୫ ନଂ ୱାର୍ଡ (ସାଧାରଣ) ବିଜେଡ଼ି ରୁ ମନୋରଞ୍ଜନ ଦାଶ ଓ ବିଜେପି ରୁ ଭାଗ୍ୟଲତା ମହାନ୍ତି । ୬ ନଂ ୱାର୍ଡ (ମହିଳା) ବିଜେଡ଼ି ରୁ ସାଗରିକା ଦାଶ ଓ ବିଜେପି ରୁ ସ୍ୱପ୍ନା କୁମାରୀ ଦାଶ । ୭ ନଂ ୱାର୍ଡ (ସାଧାରଣ) ଆଶୁତୋଷ ବଢ଼େଇ ଓ ବିଜେପି ରୁ ବନବାସୀ ମହାରଣା । ୮ ନଂ ୱାର୍ଡ (ଅନୁସୂଚିତ ଜନଜାତି) ବିଜେଡ଼ି ରୁ ସୁମିତ୍ରା ପାତ୍ର ଓ ବିଜେପି ରୁ ସୁନନ୍ଦା ପାତ୍ର । ୯ ନଂ ୱାର୍ଡ (ମହିଳା) ଉର୍ମିଳା ସାହୁ ଓ ବିଜେପି ରୁ ଉନା ଚନ୍ଦନା ପାତ୍ର । ୧୦ ନଂ ୱାର୍ଡ ( ସାଧାରଣ) ବିଜେଡି ରୁ ଗୀତାଞ୍ଜଳୀ ପାଢ଼ୀ ଓ ବିଜେପି ରୁ ଗୌର ଚରଣ ପ୍ରଧାନ । ୧୧ ନଂ ୱାର୍ଡ (ମହିଳା) ରିଭା ସ୍ବାଇଁ ଓ ବିଜେପି ରୁ ସୁନିତା ଗୌଡ଼ । ୧୨ ନଂ ୱାର୍ଡ (ମହିଳା) ପିଙ୍କି ନାହାକ ଓ ବିଜେପି ରୁ ମହେଶ୍ୱତା ପ୍ରଧାନ। ୧୩ ନଂ ୱାର୍ଡ ବିଜେଡ଼ି ରୁ ବିବ୍ରୁ ପ୍ରଧାନ ଅପ୍ରତିଦ୍ବନ୍ଦୀ। ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ଦେଖା ଯାଇଛିଯେ ଅଧ୍ୟକ୍ଷ ପଦବୀ ପାଇଁ ଡି.ରେଶମା ପାତ୍ର ସ୍ୱାଧୀନ ପ୍ରାର୍ଥୀ ଥିବା ବେଳେ ୩ ନଂ ୱାର୍ଡ ରେ ବିଜେପି ରୁ ପ୍ରାର୍ଥୀ ହୋଇଛନ୍ତି ସେହି ଡି ରେଶମା ପାତ୍ର। ବିଜେପି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତାପ ବାବୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ୩ ନଂ ୱାର୍ଡ ବିଜେପି ପ୍ରାର୍ଥୀ ଡି ରେଶମା ପାତ୍ର କିପରି ଦଳୀୟ ଶୃଙ୍ଖଳା ଭାଙ୍ଗି ସ୍ୱାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀନୀ ହୋଇଛନ୍ତି ତାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here