ପୋଲସରା : ଚୁଡାନ୍ତ ତାଲିକାରେ ୩ ଅଧ୍ୟକ୍ଷା ଓ ୪୧ ଜଣ କାଉନସିଲର

0
172

ପୋଲସରା, ୧୪/୦୩/୨୦୨୨ : ପୋଲସରା ଏନଏସି ପାଇଁ ଚଳିତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀ ତଥା ତହସିଲଦାର ଦିଲ୍ଲୀପ କୁମାର ନାୟକ ପ୍ରକାଶ କରିଛନ୍ତି। ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାରେ ଅଧ୍ୟକ୍ଷା ପଦବୀ ପାଇଁ ବିଜେଡ଼ି ରୁ ସଙ୍ଗୀତ ବେହେରା , ବିଜେପି ରୁ ମନୋରମା ବେହେରା ଓ ସ୍ୱାଧୀନ ଭାବେ ସୌଦାମିନୀ ବେହେରା ଏବଂ ୧୯ ଟି ୱାର୍ଡରୁ ୪୧ ଜଣ କାଉନସିଲର ପାଇଁ ପ୍ରାଥି ପ୍ରତିଦ୍ୱନ୍ଦିତା କରିବେ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଜଣ କାଉନସିଲର ପ୍ରାର୍ଥୀ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏହା ପରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯ ଟି ୱାର୍ଡ ରେ ୪୧ ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି। ପରିଷଦର ୮ , ୧୭ ଓ ୧୯ ନମ୍ବର ୱାର୍ଡରେ ଜଣେ ଲେଖାଏଁ ସ୍ୱାଧିନ ପ୍ରାର୍ଥୀ ଥିବାରୁ ଉକ୍ତ ୩ ୱାର୍ଡ ରେ ତ୍ରିମୂଖୀ ପ୍ରତିଦ୍ବନ୍ଦିତା ହେବ। ଏହା ବ୍ୟତୀତ ପରିଷଦର ଅନ୍ୟ ୧୬ ଟି ୱାର୍ଡ ରେ ଶାସକ ବିଜୁ ଜନତା ଦଳ ର ପ୍ରାର୍ଥୀ ଏବଂ ବିଜେପି ପ୍ରାର୍ଥୀ ଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେବ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here