ବ୍ରହ୍ମପୁରରେ ଜମୁଛି ନିର୍ବାଚନ ପ୍ରଚାର । ବିଜେପି ନେତୃବୃନ୍ଦଙ୍କ ସହ ମେୟର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

0
251

ବ୍ରହ୍ମପୁର ,୧୫/୦୩/୨୦୨୨ :ଆଜି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୬ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପ୍ରାର୍ଥନୀ କମଲ କୁମାରୀ ନାୟକ ଏବଂ ଓ୍ୱାର୍ଡ଼ ନଂ ୭ ରେ କର୍ପୋରେଟର ପ୍ରାର୍ଥୀ କେ.ଟୁଙ୍ଗୁରୁ ପାତ୍ରଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୧୮ ରେ କର୍ପୋରେଟର ପ୍ରାର୍ଥୀ ଆନନ୍ଦ ମହାଙ୍କୁଡ଼ଙ୍କ ସହ ମେୟର ପ୍ରାର୍ଥିନୀ ନିର୍ବାଚନୀ ପ୍ରଚାର କରିଥିଲେ । ବିଜେପି ମେୟର ପ୍ରାର୍ଥନୀ ଏବଂ କର୍ପୋରେଟର ପ୍ରାର୍ଥୀମାନଙ୍କ ପ୍ରତି ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା , ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି , ଉତ୍ତମ ପାଣିଗ୍ରାହୀ, ସରୋଜ ସାବତ ,ଭାବଗ୍ରାହୀ ପାଳ , ବିନାୟକ ରଥ , ମହେଶ ତ୍ରିପାଠୀ, ମମତାମୟୀ ରଣା , ସୁନିଲ କୁମାର ସାହୁ , କେ.ଶ୍ରୀନିବାସ ସୁବୁଦ୍ଧି ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ ।

LEAVE A REPLY

Please enter your comment!
Please enter your name here