ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ମନ୍ଦରଡାକୁ ହରେଇ ଶେରଗଡ଼ ହେଲା ଚମ୍ପିୟାନ

0
313

ପାତ୍ରପୁର,୧୫/୦୩/୨୦୨୨:ପାତ୍ରପୁର ବ୍ଲକ ମନ୍ଦରଡା ଗ୍ରାମପଂଚାୟତର ତିନିଘରିଆ ଗ୍ରାମରେ ଗତ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନେଲ ମ୍ୟାଚ ରେ ମନ୍ଦରଡା ଦଳକୁ ହରେଇ ଶେରଗଡ଼ ଦଳ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୩୨ ଗୋଟି ଦଳ ଭାଗ ନେଇଥିବା ବେଳେ ଶ୍ରେଷ୍ଠ ଦୁଇଦଳ ଭାବେ ମନ୍ଦରଡା ଓ ଶେରଗଡ଼ ଫାଇନେଲ ରେ ପହଞ୍ଚିଥିଲେ । ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଶେରଗଡ଼ ଦଳ ୧୫ ଓଭରରେ ୧୪୪ ରନ କରି ଅଲଆଉଟ ହୋଇଥିଲା । ୧୪୫ ରନର ବିଜୟ ଲକ୍ଷ ନେଇ ଖେଳୁଥିବା ମନ୍ଦରଡା ଦଳ ୧୧୪ ରନ କରିବାକୁ ହିଁ ସକ୍ଷମ ହୋଇ ୩୦ ରନରେ ପରାସ୍ତ ହୋଇଥିଲା । ଉଦଯାପନୀ ଦିବସରେ ମୂଖ୍ୟଅତିଥି ଭାବେ ମନ୍ଦରଡାର ପୂର୍ବତନ ସରପଞ୍ଚ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଚନ୍ଦ୍ର ପ୍ରଧାନ,ପ୍ରଫୁଲ୍ଲ ପ୍ରଧାନ,ହରି ବାଡିତ୍ୟା ଓ ନକୁଳ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଚମ୍ପିୟାନ ଟିମକୁ ଏକ ବିରାଟ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ଏବଂ ରନର୍ସ ଦଳକୁ ଟ୍ରଫି ସହିତ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନେଲ ମ୍ୟାଚକୁ ବସନ୍ତ ସେଠୀ ଓ ଅନୀଲ ପ୍ରଧାନ ପରିଚାଳନା କରିଥିବା ବେଳେ ବାଦଲ ପ୍ରଧାନ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ହିନ୍ଦୀ ଭାଷାରେ ରାଜଗୋପାଳ ପାଢ଼ୀ ଏବଂ ଓଡ଼ିଆରେ ବିଜୟ କୁମାର ଗୌଡ଼ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଶେରଗଡ଼ ଦଳର ଅମୂଲ୍ୟ ପାତ୍ର ଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ବୋଲର, ବ୍ୟାଟସମ୍ୟାନ,ଶ୍ରେଷ୍ଠ କ୍ୟାଚର,ଶ୍ରେଷ୍ଠ ଫିଲ୍ଡର,ଶ୍ରେଷ୍ଠ ଉଇକେଟ କିପିଙ୍ଗ ,ଶ୍ରେଷ୍ଟ ସିକ୍ସର ଆଦି ଅନେକ ପୁରସ୍କାର ଦିଆଯାଇଥିଲା । ପୁରସ୍କାର ଭିତରେ ଫ୍ରିଜ,କୂଳର, ଟିଭି,ୱାସିଙ୍ଗ ମେସିନ,ଘଣ୍ଟା,ପଙ୍ଖା,ସାଇକେଲ ଭଳି ମୂଲ୍ୟବାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳକୁ ରଞ୍ଜନ ଗୌଡ଼,ପିଣ୍ଟୁ ସେଠି , ବସନ୍ତ ସେଠି,ସନ୍ତୋଷ ପ୍ରଧାନ,ପ୍ରଶାନ୍ତ ଗୌଡ଼ ପ୍ରମୁଖଙ୍କ ସହ ତିନିଘରିଆଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ । ରବିବାର ଫାଇନେଲ ହେତୁ ହଜାରରୁ ଉର୍ଦ୍ଧ୍ବ କ୍ରୀଡ଼ାପ୍ରେମୀ ଖେଳକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here