ଚୈତ୍ର ପ୍ରଥମ ମଙ୍ଗଳବାର ଦିନ ଠାରୁ ସର୍ବସାଧାରଣ ଦର୍ଶନ ଦେବେ ମାଁ ସିଦ୍ଧ ଭୈରବୀ

0
172

ବ୍ରହ୍ମପୁର,୨୧/୦୩/୨୦୨୨:
କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା ଭୈରବୀ ମନ୍ଦିର।ରାଜ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର ଖୋଲା ରହିଥିବା ବେଳେ କୋରୋନା ଯୋଗୁଁ ବନ୍ଦ ରହିଥିଲା ମନ୍ଦିର। ସୋମବାର ଦିନ ମନ୍ଦିର ପରିଚାଳନା କମିଟି ଏବଂ ହରଡଙ୍ଗ ଗ୍ରାମ୍ୟ କମିଟି, ରେଡ୍ଡୀସଂଘମର ତ୍ରିନାଥ ରେଡ୍ଡୀ, ସିଏଚ୍. ଦିଲେଶ୍ଵର ରେଡ୍ଡୀ, ଡି. ଭରତ ରେଡ୍ଡୀ, ନିଳାଦ୍ରୀ ପ୍ରମୁଖ ବସି ନିଷ୍ପତ୍ତି ନିଆ ଯାଇଛି। ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ମନ୍ଦିର ଭିତର ବାହାର ସଫା କରିବା ପାଇଁ ଲୋକ ଲଗାଇ ଥିଲେ। ମଙ୍ଗଳବାର ଦିନ ୭ଟା ବେଳେ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ ଉପସ୍ଥିତି ରେ ଖୋଲୁଥିବା ନେଇ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବୁଢ଼ା ପାଣିଗ୍ରାହୀ ଏବଂ ସେବାୟତ ମାନେ ମଧ୍ୟ ପ୍ରମୁଖ ଉପସ୍ଥିତ ରହିବେ। ଆଗାମୀ ଦିନରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଗତ ଗହଳି ଚହଳି ନଥିଲା ଭକ୍ତ ମାନେ ମୁକ୍ତି ମଣ୍ଡପ ନିକଟରେ ଧୂପଦୀପ ଦେଇ ନଡ଼ିଆ ଭଙ୍ଗା ଯାଉଥିଲା ।ମନ୍ଦିର ଭିତରକୁ ପୂଜା କରିବା ମନା କରିଦେଇଥିଲେ ମନ୍ଦିର କମିଟି। ଗତ ଦିନ ଧରି ପଡ଼ୋଶୀ ରାଜ୍ୟର କୌଣସି ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇନଥିଲା।ମନ୍ଦିର ପୂଜକ ମାନେ କେବଳ ମନ୍ଦିର ଭିତରେ ମାଁ ଙ୍କ ପାଖରେ ବସି ରହିଥିଲେ।ସିନ୍ଦୁର ପାଦୁକା କିଛି ଭକ୍ତ ମାନେ ପାଇ ପାରୁନଥିଲେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ।ସ୍ଥାନୀୟ ଅଞ୍ଚଳର ଏବଂ ବ୍ରହ୍ମପୁର ସହର କିଛି ଭକ୍ତ ମାନେ ବାହାରୁ ଦର୍ଶନ କରି ଭିତର ମାଁ ଙ୍କୁ ଦର୍ଶନ କରି ନିରାଶ ହୋଇ ଫେରୁଥିଲେ। ଦେଖିବାକୁ ୧୦୮ ମନ୍ଦିର ସହିତ ଜଗନ୍ନାଥ ମନ୍ଦିର ମା ଭୈରବୀ ମନ୍ଦିର ଭିତରକୁ ସୁରୁଖୁରୁରେ ଲୋକମାନେ ଦର୍ଶନ କରିଥିଲେ ମନ୍ତ୍ରୀଡି ସ୍ଥିତ ମାଁ ସିଦ୍ଧ ଭୈରବୀଙ୍କୁ ପ୍ରତ୍ୟେକ ଦିନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମାଁଙ୍କ ମନ୍ଦିର।ରାଜ୍ୟରେ ସମସ୍ତ ମନ୍ଦିର ଖୋଲା ଥିବା ବେଳେ କିନ୍ତୁ ମାଁ ଭୈରବୀଙ୍କ ମନ୍ଦିର ଖୋଲି ପାରିନଥିଲା। ପୂଜା ସାମଗ୍ରୀ ବିକ୍ରି କରୁଥିବା ବେପାରୀ ମାନଙ୍କ ମଧ୍ୟରେ ପ୍ରଶାସନ କଟକଣା ସତ୍ୱେ ଦର୍ଶନ କରି ଫେରୁଥିଲେ ଭକ୍ତ।ବିଶେଷ କରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା।ଆଜି କିନ୍ତୁ ଦେଖିବାକୁ ସେମାନଙ୍କୁ ମିଳିନଥିଲା ଭକ୍ତ ମାନେ ସୁଦୂରରୁ ଆସି ବାହାରେ ଧୁପଦୀପ ଦେଇ ପୂଜାର୍ଚ୍ଚନ ମଙ୍ଗଳବାର ଦିନ ଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯିବ ବୋଲି କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଲେ।ସ୍ଥାନୀୟ ପୂଜା ସାମଗ୍ରୀ ବିକ୍ରୀ କରୁଥିବା ଦୋକାନୀ ମାନେ ସ୍ୱାଗତ ଜଣାଇଛନ୍ତି।ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here